‘ବଜରଙ୍ଗୀ’ରେ ଅମ୍ଳାନ-ଅନୁଭା!

Advertisment
‘ବଜରଙ୍ଗୀ’ରେ ଅମ୍ଳାନ-ଅନୁଭା!

ଭୁବନେଶ୍ୱର: ଏଇ ନଭେମ୍ବର ମାସରେ କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ମୁନ୍‌ ଟିଭି ମୁଭିଜ୍‌ର ତୃତୀୟ ଅବଦାନ ‘ବଜରଙ୍ଗୀ’। ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିନି ପଟ୍ଟନାୟକ। ପ୍ରେମାନନ୍ଦ ସଙ୍ଗୀତ ଦାୟିତ୍ୱରେ ଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ।

‘ବଜରଙ୍ଗୀ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଳାନ ଓ ଅନୁଭା। ଏ ଯୋଡ଼ିର ଏହା ପ୍ରଥମ ଫିଲ୍ମ। ‘ବଜରଙ୍ଗୀ’ରେ ଅମ୍ଳାନ ଗୋଟିଏ ଚମତ୍କାର ଭୂମିକାରେ ପାଇଛନ୍ତି ବୋଲି ଶୁଣା ଯାଉଛି, ଯାହା ଜଣେ ଭଲ ଅଭିନେତା ଭାବେ ତାଙ୍କ ଇମେଜ୍‌କୁ ଆହୁରି ବଢ଼ାଇ ଦେବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଅଭିଜ୍ଞ ସିଦ୍ଧାନ୍ତ ମହାପାତ୍ର।

ଆପଣମାନେ ସଲ୍‌ମାନ୍‌ ଖାଁଙ୍କ ‘ବଜରଙ୍ଗୀ ଭାଇଜାନ୍‌’ ଦେଖିଥିବେ। ତେବେ ଶୀର୍ଷକରେ ସାମାନ୍ୟ ସମାନତା ଥିଲେ ହେଁ ‘ବଜରଙ୍ଗୀ’ ତା’ଠୁ ସଂପୂର୍ଣ୍ଣ ଭିନ୍ନ। ଏ କାହାଣୀର କେନ୍ଦ୍ରରେ ଅଛନ୍ତି ଦୁଇଭାଇ। ବଡ଼ଭାଇ (ସିଦ୍ଧାନ୍ତ) ଜଣେ ବଡ଼ ଗୁଣ୍ଡା, ସାନଭାଇ (ଅମ୍ଳାନ) ତା’ର ସହଯୋଗୀ। ଦୁଇଭାଇଙ୍କ ଭିତରେ ଅନାବିଳ ଭଲ ପାଇବା। ତେବେ ଏମିତି ଏକ ସମୟ ଆସିଛି, ଯେତେବେଳେ ସାନଭାଇର ଜୀବନ ପୂରା ବଦଳି ଯାଇଛି। ସେ ପ୍ରେମରେ ପଡ଼ିଛି। ଅପରାଧଠୁ ଦୂରେଇ ଯାଇଛି। ସେ ଚେଷ୍ଟା କରିଛି ନିଜ ବଡ଼ଭାଇକୁ ବି ଅପରାଧର ଅନ୍ଧାର ଦୁନିଆରୁ ଫେରେଇ ଆଣିବାକୁ।

କିନ୍ତୁ ସେ କ’ଣ ସେଥିରେ ସଫଳ ହୋଇଛି? ତା’ ଭାଇ କ’ଣ ସେଥିରେ ଖୁସି ହୋଇଛି? ଦୁଇଭାଇଙ୍କ ସଂପର୍କରେ କ’ଣ ଫାଟ ସୃଷ୍ଟି ହୋଇଛି? ତା’କୁ କ’ଣ କ’ଣ ହରାଇବାକୁ ପଡ଼ିଛି? ଏମିତି ଅନେକ ଚମତ୍କାର ପ୍ରଶ୍ନର ଉତ୍ତର ପାଇଁ ଆମେ ଅପେକ୍ଷା କରିବା ‘ବଜରଙ୍ଗୀ’ର ରିଲିଜ୍‌କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe