ଅନୁଭବ ଓ ଅରିନ୍ଦମଙ୍କ ପରେ ଏହି ଜଣାଶୁଣା ନାୟକଙ୍କୁ ନେଇ ସିନେମା ନିର୍ମାଣ କରୁଛନ୍ତି ଯୁବ ନିର୍ଦେଶକ ଆପୁ କାନୁନଗୋ

Advertisment
ଅନୁଭବ ଓ ଅରିନ୍ଦମଙ୍କ ପରେ ଏହି ଜଣାଶୁଣା ନାୟକଙ୍କୁ ନେଇ ସିନେମା ନିର୍ମାଣ କରୁଛନ୍ତି ଯୁବ ନିର୍ଦେଶକ ଆପୁ କାନୁନଗୋ

ଭୁବନେଶ୍ବର: ଯୁବ ନିର୍ଦେଶକ ଆପୁ କାନୁନଗୋ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ନୂଆ ଓଡ଼ିଆ ସିନେମା ନିର୍ମାଣ କରୁଥିବା ଜଣାଯାଇଛି। ଏହାର ଟାଇଟଲ୍ ହେଲା ‘ମାମା ୱେଡସ୍ ପାପା । ଆଗରୁ ଆପୁ ‘ସାତସୂରେ ବନ୍ଧା ଏ ଜୀବନ’ ଏବଂ ‘ଡାଡି –ଦ ଲିଭିଂ ଗଡ୍’ ନାମରେ ଦୁଇଟି ସିନେମାର ନିର୍ଦେଶନା ଦେଇଥିଲେ।

ଆପୁ କାନୁନଗୋ ‘ସାତସୂରେ ବନ୍ଧା ଏ ଜୀବନ’ରେ ଅନୁଭବ ଏବଂ ସୁନୀଲ କୁମାର  ଏବଂ ‘ଡାଡି –ଦ ଲିଭିଂ ଗଡ୍’ରେ ଅରିନ୍ଦମଙ୍କୁ ନାୟକ ଭୂମିକାରେ ନେଇଥିଲେ। ହେଲେ ଏଥର ସେ ଷ୍ଟାରସନ୍‌ ଅମ୍ଳାନଙ୍କୁ ବାଛିଛନ୍ତି। ‘ମାମା ୱେଡସ ପାପା’ ରେ ଅମ୍ଳାନଙ୍କ ସହ ଜଣେ ନୂଆ ନାୟିକାଙ୍କୁ ନିଆଯିବ ବୋଲି ଜଣାଯାଇଛି।

ଅମ୍ଳାନ ଓଲିଉଡରେ ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌.କେ.ମୁରଲୀଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ବେଶ୍ କେତୋଟି  ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିସାରିଲେଣି। ଗତ ବର୍ଷ ତାଙ୍କ ଅଭିନୀତ ‘ଫ୍ରମ୍ ମି ଟୁ ୟୁ’ ରିଲିଜ୍ ହୋଇଥିଲା।publive-image

ଏହା ଶ୍ରେୟାନ୍ ସିନେ କ୍ରିଏସନ୍ ଦ୍ୱାରା ନିର୍ମାଣ ହେବ ଏହି ଫ୍ୟାମିଲି ଡ୍ରାମା ସିନେମା । ବହୁ ଦିନ ପରେ କମେଡିଆନ ପପୁ ପମପମ୍ ବି ଏଥିରେ ନଜର ଆସିବେ।

ଆପୁ କାନୁନଗୋ ଏକ ସତ୍ୟ କାହାଣୀକୁ ନେଇ ପ୍ରସ୍ତୁତ କରୁଛନ୍ତି ‘ମାମା ୱେଡସ ପାପା ’। ଏହି ସିନେମାରେ କୁନି ପୁଅଟିଏ  ବାପା ଓ ମାଙ୍କ ବାହାଘର କିଭଳି ଯୋଜନା କରେ ଏବଂ ସେଥିରେ ସଫଳ ହୁଏ, ତାହା ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe