ଏଲିନାଙ୍କୁ ମିଳିଲା ଓଲିଉଡର ଏହି ଲୋକପ୍ରିୟ ନାୟକଙ୍କ ସାଥ୍

ଏଲିନାଙ୍କୁ ମିଳିଲା ଓଲିଉଡର ଏହି ଲୋକପ୍ରିୟ ନାୟକଙ୍କ ସାଥ୍

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନାଙ୍କୁ ମିଳିଲା ଜଣେ ଜଣାଶୁଣା ନାୟକଙ୍କ ସାଥ୍। ଆଗରୁ ଏଲିନା ଅରିନ୍ଦମ, ବାବୁସାନ୍, ଅନୁଭବ, ସବ୍ୟସାଚୀ, ଜ୍ୟୋତି ଓ ସ୍ବରାଜ ପ୍ରମୁଖ ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି ହେଲେ ଏହି ନାୟକଙ୍କ ସାଥ୍ ପାଇଛନ୍ତି ପ୍ରଥମ ଥର। ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି, ସେ ହେଲେ ଅମ୍ଳାନ।
ଯେଉଁ ସିନେମାରେ ପ୍ରଥମ ଥର ଲାଗି ଅମ୍ଳାନଙ୍କ ସହ ଏଲିନା ନଜର ଆସିବେ ତାର ଶୀର୍ଷକ ହେଲା ‘ପ୍ରିୟେ ତୁ ମୋ ସିଏ’। ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜିକା ହେଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଏଥିରେ ବବି ମିଶ୍ରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଓଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ପୂର୍ବରୁ ଅମ୍ଳାନ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘କଲେଜ ଟାଇମ୍’ ଓ ‘ତୋର ଦିନକୁ ମୋର ଦିନେ’ ଆଦି ସିନେମାରେ କାମ କରିଛନ୍ତି। ଏଣେ ଏଲିନା ସୁଧାଂଶୁ ମୋହନ ସାହୁଙ୍କଙ୍କ ସହ ‘ହାପି ଲକି’ ଛବିରେ କାମ କରିଛନ୍ତି।

publive-image
ଶରଣାରବିନ୍ଦ ଓଝା ଏହି ସିନେମାର ସଂଳାପକାର ଏବଂ ବୈଦ୍ୟନାଥ ଦାଶ ସଙ୍ଗୀତକାର। ଫିଲ୍ମର ଶୁଭ ମହୁରତ ହୋଇଯାଇଛି। ଖୁବ୍ ଶୀଘ୍ର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଅମ୍ଳାନ-ଏଲିନା ଯୋଡ଼ିର ପ୍ରଥମ ସିନେମାକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe