ଏହି ବରିଷ୍ଠ ନିର୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ

ଏହି ବରିଷ୍ଠ ନିର୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ ନା୍ୟକ ହେଲେ ଅମ୍ଳାନ।  ସେ ୨୦୧୩ରେ ଏସ କେ ମୁରଲୀଧରନଙ୍କ ନିର୍ଦେଶିତ ‘ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋ ଭାବେ ଡେବ୍ୟୁ କରିବା  ପରେ ନିୟମିତ ଭାବେ ସିନେମାରେ  କାମ  କରି ଆସୁଛନ୍ତି। ଏହି ସମୟ ଭିତରେ ସେ ସୁଧାଂଶୁ ମୋହନ ସାହୁ, ସୁଶାନ୍ତ ମଣି, ଦିଲୀପ ପଣ୍ଡାଙ୍କ ପରି ଆଗଧାଡ଼ିର ନିର୍ଦେଶକଙ୍କ ସହ କାମ କରିଛନ୍ତି।   ତେବେ ଓଲିଉଡରେ ଏଭଳି ଜଣେ ନିର୍ଦେଶକ ଅଛନ୍ତି, ଯିଏ କି ପ୍ରାୟ ୩୧ ବର୍ଷ ଧରି ସକ୍ରିୟ ଅଛନ୍ତି। ତାଙ୍କୁ ଏଯାବତ୍ ଅମ୍ଳାନଙ୍କୁ ନିର୍ଦେଶନା ଦେବାର ସୁଯୋଗ ମିଳିନାହିଁ।

ଏହି ନିର୍ଦେଶକଜଣକ ଅମ୍ଳାନଙ୍କ ବାପା ମିହିର ଦାସଙ୍କୁ ବହୁ ସିନେମାରେ ନେଇଛନ୍ତି, ହେଲେ ଏଯାବତ୍ ପୁଅଙ୍କ ସହ କାମ କରିନାହାନ୍ତି। ଖାଲି ସେତିକି ନୁହେଁ,ଉତ୍ତମ ମହାନ୍ତି, ସିଦ୍ଧାନ୍ତ, ଅନୁଭବ, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶଙ୍କ ଭଳି ନାୟକଙ୍କୁ ସେ ନିର୍ଦେଶନା ଦେଇଛନ୍ତି। ଏଠାରେ ଯେଉଁ ନିର୍ଦେଶକଙ୍କ କଥା କୁହାଯାଉଛି, ସେ ହେଲେ ବସନ୍ତ ସାହୁ। ହଁ ସେ ଏଯାବତ୍ ୧୫ରୁ ଅଧିକ ସିନେମାର ନିର୍ଦେଶନା ଦେଇସାରିଲେଣି, ହେଲେ ଏଥିଭିତରୁ କୌଣସି ଗୋଟିକରେ ଅମ୍ଳାନ ନାୟକ ଭୂମିକା ନିଭାଇନାହାନ୍ତି।

publive-image

ବସନ୍ତ ସାହୁଙ୍କ ନିର୍ଦେଶିତ ଓଡ଼ିଆ ଛବି ମଧ୍ୟରେ ରହିଛି, କି ହେବ ଶୁଆ ପୋଷିଲେ, ଗଢ଼ି ଜାଣିଲେ ଘର ସୁନ୍ଦର, ଅଣ୍ଟି ଛୁରୀ ତଣ୍ଟି କାଟେ, ସୌଭାଗ୍ୟବତୀ, ମାତୃଶକ୍ତି, ଲାଟ୍ ସାହେବ, କଳାମାଣିକ, ରକତ ଚିହ୍ନିଛି ନିଜର କିଏ, ଶାଶୁ ଘର ଚାଲିଯିବି, ସତ୍ୟମେବ ଜୟତେ, ଚାନ୍ଦିନୀ ଆଇ ମିସ୍ ୟୁ, ପିଲାଟା ବିଗିଡ଼ିଗଲା, ମୁଁ ତାର କିଏ,  ବାଏବାଏ ଦୁବାଇ ଏବଂ ‘ସେଲ୍‌ଫିସ୍‌ ଦିଲ୍‌’ ଆଦି। ଦେଖାଯାଉ କେବେ ବସନ୍ତଙ୍କ ଫିଲ୍ମରେ କେବେ କାମ କରୁଛନ୍ତି ଅମ୍ଳାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe