ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା

Advertisment
ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା

ଭୁବନେଶ୍ବର: ଓଲିଉଡର ଚୁଲୁବୁଲି ନାୟିକା ରୀୟା ଦେ ଏବର୍ଷ ପୁଣି ବଡ଼ ପରଦାକୁ ଆସିବେ। ହଁ, ୨୦୨୧ରେ ତାଙ୍କର କେତୋଟି ଓଡ଼ିଆ ଛବି ରିଲିଜ୍ ହେବ। ଏହି ସିନେମା ମଧ୍ୟରେ ଥିବା ଗୋଟିଏ ହେଲା ‘ ଯୋଉଠି ଥିଲେ ବି ତୁ ମୋର’। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସମ୍ବିତ୍ , ରୀୟା ଓ ଆର୍ଯ୍ୟନ୍ ଦାଶ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି।

publive-image

ରୀୟାଙ୍କ ଅନ୍ୟ ଏକ ସିନେମା ହେଲା ‘ତୋ’ ପାଇଁ କିଛି ବି’। ଏହାର ନିର୍ଦେଶକ ହେଲେ ନିରଞ୍ଜନ ବେହେରା ଯିଏ କି ଆଗରୁ ‘ଯୋଗୀ’ ଓ ‘ପ୍ରେମ ପାଇଁ ମହାଭାରତ’ ଭଳି ସିନେମା ନିର୍ମାଣ କରିଛନ୍ତି। ତୋ’ ପାଇଁ କିଛି ବି’ରେ ଦର୍ଶକ ପୁଣି ଥରେ ଅମ୍ଳାନ-ରୀୟାଙ୍କୁ ଭେଟିବେ। ଏଣେ ଏହି ଯୋଡ଼ି ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲାପି ଗୋଲାପି’ର ସିକ୍ୟୁଏଲ୍ ‘ଗୋଲାପି ଗୋଲାପି-୨’ରେ ବି ନଜର ଆସିବେ। ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଓ ମୃତ୍ୟୁଞ୍ଜୟ ସାହୁ ନିର୍ଦେଶକ। ରୀୟା ଅନ୍ୟ ଏକ ସିନେମା ‘ଲାଗେ ପ୍ରେମ ନଜର’ ବି ଅମ୍ଳାନଙ୍କ ସହ ଦେଖା ଦେଇପାରନ୍ତି।
ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍ ଫିଲ୍ମସର ଚଳଚ୍ଚିତ୍ର ‘ତୋ ଫ୍ୟାମିଲି, ମୋ ଫ୍ୟାମିଲି’ରେ ଅଭିଜିତ୍ ଓ ରୀୟା ଦେଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ଆଗରୁ ‘ଫେରିଆ ମୋ ସୁନାଭଉଣୀ’ ଭଳି ସିନେମାର ନିର୍ଦେଶନା ଦେଇଥିବା ରଣଜିତ ମହାନ୍ତି ଏହି ଚଳଚ୍ଚିତ୍ରର ନିର୍ଦେଶନା ଦାୟିତ୍ବରେ ଅଛନ୍ତି। ପ୍ରଥମ ଥର ଲାଗି ପରଦାକୁ ଆସୁଥିବା ଏହି ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe