NewsKarnataka
ମୁମ୍ବାଇ: ମାଆ ବନିଛନ୍ତି ବଲିଉଡ୍ର କ୍ୟୁଟ୍ ଅଭିନେତ୍ରୀ ଅମୃତା ରାଓ। ନଭେମ୍ବର ପହିଲାରେ ଅମୃତା ଓ ତାଙ୍କ ସ୍ବାମୀ ଆର୍ଜେ ଅନ୍ମୋଲ୍ଙ୍କର ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭଉୟ ଅମୃତା ଓ ତାଙ୍କ ନବଜାତ ପୁତ୍ର ସୁସ୍ଥ ଅଛନ୍ତି। ଅମୃତାଙ୍କ ନବଜାତ ଶିଶୁ ପୁତ୍ରକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି। ଅମୃତା ଓ ଅନ୍ମୋଲ୍ ଶୁଭେଚ୍ଛୁମାନଙ୍କୁ ସେମାନଙ୍କ ଶୁଭେଚ୍ଛା ସକାଶେ ଧନ୍ୟବାଦ ଅର୍ପଣ କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୬ ମସିହାରେ ଅମୃତା ରାଓ ଓ ରେଡିଓ ଜକି ଅନ୍ମୋଲ୍ ପରସ୍ପରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ପରସ୍ପରଙ୍କୁ ଦୀର୍ଘ ୭ ବର୍ଷ ଧରି ଡେଟିଂ କରିବା ପରେ ବିବାହ ନିଷ୍ପତ୍ତି ନେଇଥିଲେ। ଗତ ମାସ ଅମୃତା ନିଜର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ।
Sahara Samayଅମୃତା ଚଳଚ୍ଚିତ୍ର ‘ଇସ୍କ୍ ଭିସ୍କ୍’, ‘ମେ ହୁଁ ନା’ ଓ ‘ବିବାହ’ ଆଦି ପାଇଁ ବେଶ୍ ଲୋକପ୍ରିୟ ପାଲଟି ପାରିଛନ୍ତି। ଚଳଚ୍ଚିତ୍ର ‘ବିବାହ’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ତାଙ୍କୁ ଏକାଧିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
ସେ ଶେଷ ଥର ପାଇଁ ୨୦୧୯ ମସିହାରେ ’ଠାକ୍ରେ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ନୱାଜୁଦ୍ଦିନ ସିଦ୍ଦିକୀ। ‘ବିବାହ’ ଚଳଚ୍ଚିତ୍ରରେ ଅମୃତା ରାଓ ବଲିଉଡ୍ର ଚକ୍ଲେଟ୍ ହିରୋ ସାହିଦ କପୁରଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଥିଲେ।
Follow Us