India.com
କୋଭିଡ୍ ସଂକ୍ରମଣ ଏବଂ ଏଥିନିମିତ୍ତ ଜାରି ହେଇଥିବା କଡ଼ା କଟକଣା ଭିତରେ ସିନେମା ହଲରେ ତାଲା ଝୁଲୁଛି। ସିନେମା ଶିଳ୍ପକୁ କଷ୍ଟେମଷ୍ଟେ ବଞ୍ଚେଇ ରଖିବା ପାଇଁ କେତେଜଣ ପ୍ରଯୋଜକ ଓ ଟେକନିସିଆନ୍ ଓଟିଟି ପ୍ଲାଟଫର୍ମକୁ ଆପଣେଇଛନ୍ତି। ନେଟ୍ଫ୍ଲିକ୍ସ ହେଉ କି ଆମାଜନ ପ୍ରାଇମ୍ ଭିଡିଓ; ଏସବୁ ପ୍ଲାଟ୍ଫର୍ମରେ ଏବେ ସିନେମା ରିଲିଜ୍ ହୋଇ ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଉଛି। ଚିନ୍ତାର ବିଷୟ ହେଉଛି ସିନେମା ନିର୍ମାଣ ପାଇଁ ଯେତେ ଅର୍ଥବ୍ୟୟ ହେଉଛି ତାହା କ’ଣ ଏସବୁ ପ୍ଲାଟଫର୍ମରୁ ଆଦାୟ ହେଇପାରିବ? କେତେକ ପ୍ରଯୋଜକ ମଧ୍ୟ ଓଟିଟିରୁ ମୁହଁ ଫେରାଇ ସେମାନଙ୍କ ସିନେମାକୁ ଟେଲିଭିଜନରେ ପ୍ରିମିୟର କରୁଛନ୍ତି।
ତେବେ ଏଭଳି ଦୁର୍ବଳ ପରିସ୍ଥିତିରେ ଅକ୍ଷୟ କୁମାରଙ୍କ ଅଭିନୀତ ନୂଆ ସିନେମା ‘ବେଲ୍ ବଟମ୍’କୁ ଅପୂର୍ବ ସଫଳତା ମିଳିଛି। ଅର୍ଥାତ୍ ଏଇ ସିନେମାକୁ ଏବେ ଆଶାତୀତ ଲାଭ ମିଳିଛି। ଆମାଜନ ପ୍ରାଇମ୍ ଭିଡିଓ ‘ବେଲ୍ ବଟମ୍’କୁ ନିଜ ପ୍ଲାଟ୍ଫର୍ମକୁ ନେବା ପାଇଁ ଅତିରିକ୍ତ ୩୦ କୋଟି ଟଙ୍କାର ଅଫର୍ ଦେଇଛି। ପ୍ରେକ୍ଷାଳୟରେ ମାତ୍ର ତିନି ସପ୍ତାହ ପ୍ରଦର୍ଶିତ ହେବା ପରେ ଏହି ସିନେମାଟିକୁ ଆମାଜନ ନେଇଯିବାକୁ ଅଫର୍ ଦେଇଛି। ଏକଥା କେବଳ ଏହାର ପ୍ରଯୋଜକ କି ଆମାଜନ ପ୍ରାଇମ୍ ଭିଡିଓର ସତ୍ତ୍ବାଧିକାରୀ ନିଷ୍ପତ୍ତି ନେଇନାହାନ୍ତି ବରଂ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ମିଳିତ ଭାବେ ନିଷ୍ପତ୍ତି ନେଇଛି।
Follow Us