ଆନନ୍ଦ ଆହୁଜାଙ୍କ ଜନ୍ମଦିନକୁ ଏଭଳି ଭାବେ ସ୍ୱତନ୍ତ୍ର ବନାଇଲେ ଏହି ଷ୍ଟାର୍‌ ବାପ-ଝିଅ

Advertisment
ଆନନ୍ଦ ଆହୁଜାଙ୍କ ଜନ୍ମଦିନକୁ ଏଭଳି ଭାବେ ସ୍ୱତନ୍ତ୍ର ବନାଇଲେ ଏହି ଷ୍ଟାର୍‌ ବାପ-ଝିଅ

ମୁମ୍ବାଇ: ସୋନମ କପୁରଙ୍କ ବେଟର୍‌ ହାଫ୍‌ ଆନନ୍ଦ ଆହୁଜାଙ୍କ ଜନ୍ମଦିନ ୩୦ ଜୁଲାଇ। ଆନନ୍ଦ ୩୫ ବର୍ଷ ଅତିକ୍ରମ କରି ୩୬ରେ ପାଦ ଦେଇଛନ୍ତି। ଚଳିତବର୍ଷ ମେ ମାସ ପରଠାରୁ ସୋନମଙ୍କ ଜୀବନ ପୂଜାପୂରି ‘ଆନନ୍ଦ’ମୟ ହୋଇ ଯାଇଛି। ବିବାହ ପରେ ଆନନ୍ଦଙ୍କର ଏହା ହେଉଛି ପ୍ରଥମ ଜନ୍ମଦିବସ। ଆନନ୍ଦଙ୍କ ବିବାହ ପରର ଏହି ପ୍ରଥମ ଜନ୍ମଦିନକୁ ଖାସ୍‌ ବନାଇଛନ୍ତି ସୋନମ କପୁର୍‌ ଓ ବାପା ଅନୀଲ କପୁର୍‌।

ଅନୀଲ କପୁର ଆନନ୍ଦଙ୍କ ସହ ଜନ୍ମଦିନ ଉତ୍ସବ ପାଳନ କରିବା ସମୟର ଏକ ଫଟୋ ଅପ୍‌ଲୋଡ କରି ଲେଖିଛନ୍ତି, ‘ ତୁମେ ଯେଉଁ ସ୍ୱପ୍ନର ପିଛା କରିଥିଲ ତାହାକୁ ଏବେ ବିତାଉଛ। ଏହାଠାରୁ ଭଲ କିଛି ହୋଇପାରେନା। ଆନନ୍ଦ ଆହୁଜି, ଜନ୍ମଦିନ ଅଭିନନ୍ଦନ। ତୁମେ ଏମିତିରେ ବି ଏକ ଚମତ୍କାର ବର୍ଷ ବିତାଉଛ। ମୁଁ ଆଶା କରୁଛି କି ଆସନ୍ତା ବର୍ଷ ତୁମ ଜୀବନରେ ଅଧିକ ସଫଳତା ଓ ଖୁସି ନେଇ ଆସୁ। ଏହି ଚମକକୁ କେବେ ଫିକା ହେବାକୁ ଦେବ ନାହିଁ। ସବୁବେଳେ ତୁମ ପାଇଁ ଭଲପାଇବା।’

ଫଟୋରେ ଆପଣ ଦେଖିପାରୁଥିବେ ଯେ ଆନନ୍ଦ କେକ୍‌ କାଟିବା ପାଇଁ ପସ୍ତୁତ ଥିବା ବେଳେ ଅନୀଲ ଫଟୋ ନେଉଛନ୍ତି। ସୋନମ ବି ନିଜ ପତିଙ୍କୁ ଏକଦମ ନିଆରା ଢଙ୍ଗରେ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି। ସୋନମ ଆନନ୍ଦଙ୍କ ସହ ଏକ ଯୁଗଳ ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ମୋର ଭଲପାଇବା ଓ ସବୁଠାରୁ ଦୟାଳୁ ମଣିଷ ପାଇଁ, ଯାହାକୁ ମୁଁ ଜାଣିଛି, ଜନ୍ମଦିନର ଅଭିନନ୍ଦନ। ତୁମେ ମୋ ସଂସାରକୁ ସୁନ୍ଦର କରିଛ। ମୁଁ ଭାଗ୍ୟଶାଳୀ ଯେ ଆଜିର ଦିନରେ ତୁମେ ଜନ୍ମଲାଭ କରିଛ। ଗୋଟାଲ ପର ଥିବା ଆମେ ଦୁଇଟି ପରୀ। ଆମେ ପରସ୍ପରକୁ ଆଲିଙ୍ଗନ କରି ଉଡ଼ିପାରିବା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe