‘ସୁଖ ଚାହୁଁଥିଲେ ପତ୍ନୀଙ୍କ ପ୍ରଶଂସା କରନ୍ତୁ’: ଏପରି ଏକ ସୂତ୍ରରୁ ଓହରି ଗଲେ ଆନନ୍ଦ, ସୋନମଙ୍କ ବଦଳରେ କରୀନାଙ୍କ ପ୍ରଶଂସା କଲେ

Advertisment
‘ସୁଖ ଚାହୁଁଥିଲେ ପତ୍ନୀଙ୍କ ପ୍ରଶଂସା କରନ୍ତୁ’: ଏପରି ଏକ ସୂତ୍ରରୁ ଓହରି ଗଲେ ଆନନ୍ଦ, ସୋନମଙ୍କ ବଦଳରେ କରୀନାଙ୍କ ପ୍ରଶଂସା କଲେ

ମୁମ୍ବାଇ: ‘ସୁଖ ବୈବାହିକ ଜୀବନ ଚାହୁଁଥିଲେ ପତ୍ନୀଙ୍କ ପ୍ରଶଂସା କରନ୍ତୁ’। ଏପରି ଏକ କଥା ବହୁ ପୁରୁଣା। ମାତ୍ର ଅଭିନେତ୍ରୀ ସୋନମ କପୁରଙ୍କ ନବବିବାହିତ ପତି ଆନନ୍ଦ ଆହୁଜା ଏ ସୂତ୍ରରୁ ନିଜକୁ ବିଚ୍ୟୁତ କରି ଚର୍ଚ୍ଚାରେ ଅଛନ୍ତି। କଥାଟି ସେତିକିରେ ସରି ନାହିଁ ଯେ ସେ ପତ୍ନୀଙ୍କର ପ୍ରଶଂସା କଲେ ନାହିଁ, ବରଂ ଆଉ ଜଣେ ନାରୀଙ୍କର ପ୍ରଶଂସା କରିବା ପରି ଦୁସାହସ ବି ସେ କରି ପକାଇଛନ୍ତି!

ଆପଣ ଜାଣିଥବେ ନିଶ୍ଚୟ ଯେ ବଲିଉଡ୍‌ରେ ମୋଷ୍ଟ୍‍ ଷ୍ଟାଇଲିଷ୍ଟ୍‍ ଫେସନେବଲ୍‌ ଅଭିନେତ୍ରୀ ଭାବେ ଶୀର୍ଷରେ ରହେ ସୋନମ କପୁରଙ୍କ ନାମ। ଭିନ୍ନ ଉତ୍ସବରେ ତାଙ୍କର ପୋଷାକ ଚୟନ, କେଶ ବିନ୍ୟାସ ଓ ମୁଖ ସଜା ତାଙ୍କୁ ନିଆରା ସଜାଏ। ସେଇଥିପାଇଁ ତ ସେ ହେଉଛନ୍ତି ବଲିଉଡ୍‌ର୍‌ ‘ଫେସ୍‌ନେବଲ୍‌ ଗର୍ଲ’। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏକଥାକୁ ଅସ୍ୱୀକାର କରିଛନ୍ତି ସ୍ୱାମୀ ଆନନ୍ଦ।

publive-image

ବଲିଉଡ୍‌ର ମୋଷ୍ଟ୍‍ ‘ଫେସନେବଲ୍‌’ ଭାବେ ସେ ସିନିୟର୍‌ ଆର୍ଟିଷ୍ଟ୍‍ କରୀନା କପୁରଙ୍କ ନାମ ନେଇଛନ୍ତି। ସେ କହିଛନ୍ତି କରୀନାଙ୍କ ଷ୍ଟାଇଲ୍‌ ତାଙ୍କୁ ଖୁବ୍‌ ପସନ୍ଦ। ସେ ଆହୁରି ବି କହିଛନ୍ତି ଯେ ନିକଟରେ ତାଙ୍କ କରୀନାଙ୍କ ସହ କିଛି ସମୟ ପାଇଁ ଭେଟ ହୋଇଥିଲା। ସେ ଉଇଥ୍‌ଆଉଟ୍‌ ମେକ୍‌ଅପ୍‌ରେ ଥିଲେ। ତଥାପି ସେ ଯେଉଁ ପୋଷାକ ପିନ୍ଧିଥିଲେ ତାହା ତାଙ୍କ ଉପରେ ଖୁବ୍‌ ଜଚୁଥିଲା। ସେ ଖୁବ୍‌ ସୁନ୍ଦର ଦିଶୁଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୋନମ କପୁର୍‌ ଓ କରୀନା କପୁରଙ୍କ ମଧ୍ୟ ରେ ଉତ୍ତମ ବନ୍ଧୁତ୍ୱ ରହିଛି। ସେ ଦୁହେଁ ପରସ୍ପରଙ୍କୁ ଦିୀର୍ଘ ୧୫ ବର୍ଷ ହେବ ନିକଟରୁ ଜାଣନ୍ତି। ଆଶା କରୁଛୁ ଆନନ୍ଦଙ୍କର ଏହି ବୟାନ ତାଙ୍କ ସଂପର୍କରେ ଉପରେ ପ୍ରଭାବ ନପକାଉ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe