ପୁଅ ଓ ବୋହୂଙ୍କ ଗ୍ରହଶାନ୍ତି ପୂଜା ସମୟରେ ଭାବବିହ୍ବଳ ହେଲେ ରାଧିକାଙ୍କ ବାପା ଓ ଶ୍ବଶୁର: ଆଲିଙ୍ଗନ କରି ଦେଲେ ଆର୍ଶୀବାଦ

ପୁଅ ଓ ବୋହୂଙ୍କ ଗ୍ରହଶାନ୍ତି ପୂଜା ସମୟରେ ଭାବବିହ୍ବଳ ହେଲେ ରାଧିକାଙ୍କ ବାପା ଓ ଶ୍ବଶୁର: ଆଲିଙ୍ଗନ କରି ଦେଲେ ଆର୍ଶୀବାଦ

ନୂଆଦିଲ୍ଲୀ:  ଦୀର୍ଘଦିନର ଅପେକ୍ଷା ପରେ ଆଉ କିଛିସମୟ ପରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରି ଘରକୁ ବୋହୂ କରି ନେଇ ଆସିବେ। ରାଧିକାଙ୍କ ଆଗାମୀ ପରିଚୟ ହେବ ଅମ୍ବାନୀ ପରିବାର ସାନବୋହୂ ଓ ଅନନ୍ତଙ୍କ ଧର୍ମପତ୍ନୀ।

ଏପଟେ ମୁକେଶ  ଅମ୍ବାନୀ ଓ ନିତା ଅମ୍ବାନୀ ବି ପୁଅ ବାହାଘରରେ କୌଣସି କ୍ଷେତ୍ରରେ ଯେମିତି କିଛି ତ୍ରୁଟି ରହି ନଯାଉ ସେଥିପାଇଁ ଯଥେଷ୍ଟ ଦୃଷ୍ଟି ଦେଇଛନ୍ତି। ଦୁହେଁ ମିଶି ସାନପୁଅର ବିବ‌ାହ ପୂର୍ବରୁ ଅନେକ ଧାର୍ମିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ବି ଆୟୋଜନ କରିଥିଲେ।

ଏମିତିକି ଅନନ୍ତ ଓ ରାଧିକାଙ୍କ ବୈବାହିକ ଜୀବନରେ ‌ଯେମିତି କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ନପଡ଼ୁ ସେଥିପାଇଁ ଅମ୍ବାନୀ ପରିବାର ପୁଅ ଓ ଭାବି ବ‌ୋହୂ ପାଇଁ ଗ୍ରହଶାନ୍ତି ପୂଜାର ଆୟୋଜନ କରିଥିଲେ। ଏହି ପୂଜା ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଛି।

ଏହି ଭାଇରାଲ ଭିଡିଓରେ ‌ଦେଖିବାକୁ ମିଳୁଛି, ଗ୍ରହଶାନ୍ତି ପୂଜା ଶେଷହେବାପରେ ଅନନ୍ତଙ୍କ ବାପା ମୁକେଶ ଅମ୍ବାନୀ ଓ ରାଧିକାଙ୍କ ବାପା ବୀରେନ ମର୍ଚ୍ଚାଣ୍ଟଙ୍କ ଆଖିରେ ଲୁହ ଭରି ଯାଇଥିଲା। ବାପା ବୀ‌ରେନ ଓ ଶ୍ବଶୁର ମୁକେଶ ଅମ୍ବାନୀ ରାଧିକାଙ୍କୁ ଆଲିଙ୍ଗନ କରି ଆର୍ଶୀବାଦ ଦେଇଥିଲେ।

କେବଳ ଏତିକି ନୁହେଁ ନୀତା ଅମ୍ବାନୀ ବି ଗ୍ରହଶାନ୍ତି ପୂଜା ସମୟରେ ସାନବୋହୂର ନଜର ଉତାରିଥିଲେ। ଏତିକି ବେଳେ ରାଧିକା ଶାଶୁଙ୍କ ସାମ୍ନାରେ ହାତ ଯୋଡ଼ି ଛିଡ଼ା ହୋଇଥିଲେ। କିଛି ରୀତିନୀତି ଶେଷହେବାପରେ ନୀତା ବି ଲୁହଭରା ଆଖିରେ ରାଧିକାଙ୍କୁ ଆଲିଙ୍ଗନ କରିଥିଲେ। ଏହି ହୃଦୟସ୍ପର୍ଶୀ ଦୃଶ୍ୟକୁ ସମସ୍ତେ ଭଲପାଇବା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe