ନୂଆ ବଦଳରେ ନିଜ ବଂଶର ପୁରୁଣାକାଳିଆ ଅଳଙ୍କାର ପିନ୍ଧି ବାହାହେଲେ ରାଧିକା

ନୂଆ ବଦଳରେ ନିଜ ବଂଶର ପୁରୁଣାକାଳିଆ ଅଳଙ୍କାର ପିନ୍ଧି ବାହାହେଲେ ରାଧିକା

ମୁମ୍ବାଇ: ରାଧିକା ମର୍ଚାଣ୍ଟ୍‌ ଓ ଅନନ୍ତ ଅମ୍ବାନୀଙ୍କ ବାହାଘର ହୋଇଯାଇଛି। ଏହି ଯୋଡ଼ି ଗତକାଲି ଏକ ଭବ୍ୟ ସମାରୋହ‌ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେଉଁଠାରେ ରାଜନୀତି, ମନୋରଞ୍ଜନ ଓ ବ୍ୟାପାର ଜଗତର ବଡ଼ ବଡ଼ ହସ୍ତୀମାନେ ସାମିଲ୍‌ ହୋଇଥିଲେ।

ରାଧିକା ତାଙ୍କ ବିବାହ ସମାରୋହ‌ରେ ଅବୁ ଜାନୀ ସନ୍ଦୀପ ଖୋସଲାଙ୍କ କଷ୍ଟମ୍‌ ଡିଜାଇନର୍‌ ଲେହେଙ୍ଗା ପିନ୍ଧିଥିଲେ। ନିଜ ବରଣମାଳା ପାଇଁ ରାଧିକା ଗୁୁଜୁରାଟୀ କନ୍ୟାଙ୍କ ପରି ଧଳା ଓ ନାଲି ରଂଗର ପୋଷାକ ଚୟନ କରିଥିଲେ। ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦିଶୁଥିଲେ। ସେ ତାଙ୍କ ଗଳା, ମଥା ଓ ହାତରେ ମ୍ୟାଚିଂ ଅଳଙ୍କାର ପରିଧାନ କରିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାଧିକା ତାଙ୍କ ବାହାଘରରେ ନୂଆ ଗହଣା ବଦଳରେ ତ‌ାଙ୍କ ଘରର ପୁରୁଣା ଅଳଙ୍କାରକୁ ପିନ୍ଧିଥିଲେ। ସେହି ଗହଣାକୁ ରାଧିକାଙ୍କ ଭଉଣୀ ଅଞ୍ଚଳୀ ମର୍ଚାଣ୍ଟ ୨୦୨୦ରେ ନିଜ ବାହାଘରରେ ପିନ୍ଧିଥିଲେ।

ସେହିପରି ବିଦାୟୀ ସମୟରେ ରାଧିକର ନାଲି ରଂଗର ବନାରସୀ ଲେହେଙ୍ଗା ପିନ୍ଧିଥିଲେ। ଯାହାର ବ୍ଲାଉଜ୍‌ ଉପରେ ସୁନ‌ା ସୁତାର କାମ ହୋଇଥିଲା। ସେହି ପୋଷାକରେ ବି ରାଧିକ ନିଜର ବରଣମାଳା ବେଳଳର ଅଳଙ୍କାରକୁ ପରିଧାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe