ଚର୍ଚ୍ଚାରେ ଅନନ୍ୟା

ଚର୍ଚ୍ଚାରେ ଅନନ୍ୟା

ସେ ଜଣେ ସଶକ୍ତ ଝିଅ। ତାଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ଭଲ ସ୍ଥାନ ରହିଛି। ତାଙ୍କ ଉଦ୍ୟମକୁ ମାନିବାକୁ ପଡ଼ିବ; ଚଙ୍କି ପାଣ୍ଡେ ତନୟା ଅନନ୍ୟାଙ୍କୁ ଏମିତି ଅନେକ ତାରିଫ୍ କରିଛନ୍ତି ପ୍ରଯୋଜକ-ଅଭିନେତା ଅରବାଜ ଖାନ୍। ଅନନ୍ୟା ଏବେ ସୋସିଆଲ୍ ମିଡିଆରେ ସୋସିଆଲ୍ ଗୁଡ୍ ଭାବେ ବେଶ୍ ପରିଚିତ ହେଇଛନ୍ତି। ଅରବାଜ ଅଭିନେତ୍ରୀ ଅନନ୍ୟାଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି।

ଅରବାଜ ଅନନ୍ୟାଙ୍କ ବାବଦରେ କହିଛନ୍ତି, ସେ କେବଳ ସୌନ୍ଦର୍ଯ୍ୟରେ ଧ୍ୟାନ ଦେଉନାହାନ୍ତି ବରଂ ମାନସିକ ଭାବେ ଦୃଢ଼ ଅଛନ୍ତି। ଜଣେ ଅଭିନେତାଙ୍କ ଝିଅ ହେଇଥିବାରୁ ସେ ନିଜର ବ୍ୟାକଗ୍ରାଉଣ୍ଡକୁ ସେତିକି ଶକ୍ତିଶାଳୀ କରି ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ଇଣ୍ଡଷ୍ଟ୍ରିକୁ ଯେତେ ଅଭିନେତ୍ରୀ ଆସନ୍ତୁ ଅନନ୍ୟା ଅତୁଳନୀୟ। ଅନନ୍ୟା ଏବେ ଏଇଥିପାଇଁ ଚର୍ଚ୍ଚାରେ ଯେ ସେ କରିଥିବା ‘ସୋସିଆଲ୍ ମିଡିଆ ଫର୍ ସୋସିଆଲ୍ ଗୁଡ୍’ ଅଭିଯାନ ବେଶ୍ ସଫଳ ହେଇଛି। ଲୋକମାନେ ମାନସିକ ଭାବେ କେମିତି ସୁସ୍ଥ ରହିବେ, ତାହାକୁ ନେଇ ସେ ସହଯୋଗ କରୁଛନ୍ତି। ସୋସିଆଲ୍ ମିଡିଆକୁ ସେ ଫ୍ୟା‌ସନ୍ ବା ସଉକରେ ବ୍ୟବହାର କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe