ଅମ୍ଳାନ-ସନମୀରାଙ୍କ ସହ ନଜର ଆସିବେ ଓଲିଉଡର ଏହି ଜଣାଶୁଣା ନାୟିକା

ଅମ୍ଳାନ-ସନମୀରାଙ୍କ ସହ ନଜର ଆସିବେ ଓଲିଉଡର ଏହି ଜଣାଶୁଣା ନାୟିକା

ଭୁବନେଶ୍ବର: ଅମ୍ଳାନ-ଅନୁଭା ଷ୍ଟାରର୍‌ ମୁଭି ‘ବଜରଙ୍ଗୀ’ର ଆଇଟମ୍ ଗୀତ ଏ ଫର୍‌ ଆପୁଲ୍‌ ଆପୁଲ୍‌ ବି ଫର୍‌ ବାନାନା....ରେ ନଜର ଆସି ଖୁବ୍ ଚର୍ଚ୍ଚାରେ ଆସିଥିଲେ ଓଲିଉଡର ଜଣାଶୁଣା ନାୟିକା ଅନନ୍ୟା। ଏବେ ତାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ଛବିରେ ଦେଖିବାକୁ ପାଇବେ। ସେ ପୁଣି ଅମ୍ଳାନଙ୍କ ସହ ଏକ ସିନେମାରେ ଅଭିନୟ କରୁଥିବା ଜଣାଯାଇଛି। ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାର ଶୀର୍ଷକ ହେଲା ‘ଗୁପଚୁପ୍’।

publive-image

ଏଥିରେ ଅମ୍ଳାନ ନାୟକ ଭୂମିକାରେ ଅଛନ୍ତି। ଏଥିରେ ସନମୀରାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି ସିନେମାରେ ଅନନ୍ୟାଙ୍କ ଚରିତ୍ରଟି ବେଶ ଦମଦାର୍ ବୋଲି ଜଣାଯାଇଛି। ଏହି ଫିଲ୍ମରେ ଅମ୍ଳାନ, ସନମୀରା ଓ ଅନନ୍ୟାଙ୍କ ଛଡ଼ା ପପୁ ପମପମ୍ ଓ ଶୈଳେନ୍ଦ୍ରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ‘ଗୁପଚୁପ୍’ର ନିର୍ମାତା ହେଲେ ସଂଘମିତ୍ର ମହାନ୍ତି ଓ ଅନିକେତ ଦାସ। ପୃଥ୍ଵୀରାଜ ପଟ୍ଟନାୟକ ଏହାର ନିର୍ଦେଶକ। ଏହି ସିନେମାରେ ଅନନ୍ୟା କିଭଳି ଦର୍ଶକଙ୍କୁ ପ୍ରଭାବିତ କରୁଛନ୍ତି ଓ ସିନେମାଟିର ଟାଇଟଲ୍ ଯେଉଁଭଳି ଅଲଗା ସେଭଳି ଭିନ୍ନ ସ୍ବାଦର କି ନା ତାହା ‘ଗୁପଚୁପ୍’ ରିଲିଜ୍ ହେବା ପରେ ଜଣାଯିବ।

publive-image

ସୂଚନାଯୋଗ୍ୟ, ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘ଗଡଫାଦର୍‌’ ହେଉଛି ଅନନ୍ୟା ମିଶ୍ରଙ୍କର ପ୍ରଥମ ଓଡ଼ିଆ ସିନେମା। ଏଥିରେ ଅନନ୍ୟାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ନବାଗତ ସତ୍‌ଶ୍ରୀ ଏହାପରେ ଅନନ୍ୟାଙ୍କୁ ‘ବାଳ ଦ ରିଦିମ୍ ଅଫ୍ ଲାଇଫ୍‌’ ଓ ‘କଟିପତଙ୍ଗ’ ଆଦି ସିନେମାରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe