ଅନନ୍ୟା ଏବେ ଡାକ୍ତର ପ୍ରିୟା

ଅଭିନେତ୍ରୀ ଅନନ୍ୟା ମିଶ୍ରଙ୍କୁ ଦର୍ଶକ ହାତଗଣତି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି। ଘଟଣାଚକ୍ରରେ ଅଧିକାଂଶ ଛବିରେ ତାଙ୍କୁ ମିଳିଛି ଭିନ୍ନ ଭିନ୍ନ ଭୂମିକା। ଏବେ ସେ ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି।

dsfsfsfsfsf

ଅଭିନେତ୍ରୀ ଅନନ୍ୟା ମିଶ୍ରଙ୍କୁ ଦର୍ଶକ ହାତଗଣତି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି। ଘଟଣାଚକ୍ରରେ ଅଧିକାଂଶ ଛବିରେ ତାଙ୍କୁ ମିଳିଛି ଭିନ୍ନ ଭିନ୍ନ ଭୂମିକା। ଏବେ ସେ ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ସବୁଥର ଭଳି ଏଥର ବି ନୂଆ ଧରଣର ଭୂମିକାରେ ସେ ନଜର ଆସୁଛନ୍ତି। ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜିତ ତଥା ଅଭିଷେକ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଜୟହିନ୍ଦ୍’ରେ ଅନନ୍ୟା ଜଣେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଡାକ୍ତର ପ୍ରିୟା। କାହାଣୀ ଅନୁଯାୟୀ, ମାନସିକ ସ୍ତରରେ ଅକ୍ଷମମାନଙ୍କର ଚିକିତ୍ସା କରୁଥିବା ପ୍ରିୟା ମୁଖ୍ୟ ଚରିତ୍ରଙ୍କ ଚିକିତ୍ସା ଦାୟିତ୍ବରେ ଅଛନ୍ତି। ତେବେ ତାଙ୍କୁ ସେ ସୁସ୍ଥ କରାଇବାରେ ସଫଳ ହେଉଛନ୍ତି କି ନାହିଁ, କିମ୍ବା ଚିକିତ୍ସା କରିଥିବା ହେତୁ ଖଳନାୟକମାନଙ୍କ ରୋଷର ଶିକାର ହେଉଛନ୍ତି କି ନାହିଁ, ଏ ସବୁ ସିନେମାର କ୍ଲାଇମାକ୍ସରେ ପର୍ଦ୍ଦାଫାସ୍‌ ହେବ।

ଉଲ୍ଲେଖଯୋଗ୍ୟ, ଅନନ୍ୟା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡ୍‌ଫାଦର୍‌’ ସିନେମା ଜରିଆରେ ନାୟିକା ଭାବେ ଓଲିଉଡ୍‌ରେ ପାଦ ଥାପିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନବାଗତ ସତ୍‌ଶ୍ରୀ ଥିଲେ ନାୟକ ଭୂମିକାରେ। ତା’ ପରେ ସେ ‘ବାଳ: ଦି ରିଦିମ୍ ଅଫ୍ ଲାଇଫ୍’, ‘କଟିପତଙ୍ଗ୍‌’, ‘ଗୁପ୍‌ଚୁପ୍’, ‘ଫାଲ୍‌ଗୁନ ଚଇତ୍ର’, ‘ଡିଅର୍ ପୁରୁଷ’ ଓ ‘ଭାଇ’ ଆଦି ସିନେମାରେ ନଜର ଆସିଛନ୍ତି। ଏହାଛଡ଼ା ଅନନ୍ୟାଙ୍କୁ ‘ବଜରଙ୍ଗୀ’ ଓ ‘ବିଶ୍ବନାଥ’ରେ ଆଇଟମ୍ ଗାର୍ଲ ଭାବେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe