ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ଅନନ୍ୟା

Advertisment

ପ୍ରତ୍ୟେକ ସିନେ ଶିଳ୍ପରେ ହେମା କମିଟି ଭଳି ସମିତି ରହିବା ଗୁରୁତ୍ବପୂର୍ଣ୍ଣ । କିଛି ନହେଲେ ମହିଳାମାନେ ସମସ୍ୟା ବିଷୟରେ ସାହାସ ‌କରି ଖୋଲାଖୋଲି ଆଲୋଚନା ତ କରି ପାରୁଛନ୍ତି: ଅନନ୍ୟା ପାଣ୍ଡେ

ପ୍ରତ୍ୟେକ ସିନେ ଶିଳ୍ପରେ ହେମା କମିଟି ଭଳି ସମିତି ରହିବା ଗୁରୁତ୍ବପୂର୍ଣ୍ଣ । କିଛି ନହେଲେ ମହିଳାମାନେ ସମସ୍ୟା ବିଷୟରେ ସାହାସ ‌କରି ଖୋଲାଖୋଲି ଆଲୋଚନା ତ କରି ପାରୁଛନ୍ତି: ଅନନ୍ୟା ପାଣ୍ଡେ

wertt

ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ କୌଣସି ପ୍ରସଙ୍ଗରେ ମତାମତ ଦେଲେ ଖୋଲାଖୋଲି ଭାବେ ଦେଇଥାଆନ୍ତି। ନିକଟରେ ସେ ସିନେ ଶିଳ୍ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ଅନନ୍ୟା ହେମା କମିଟିଙ୍କ ରିପୋର୍ଟକୁ ସାମ୍ନାକୁ ଆଣି କହିଛନ୍ତି, ‘ ପ୍ରତ୍ୟେକ ସିନେ ଶିଳ୍ପରେ ହେମା କମିଟି ଭଳି ସମିତି ରହିବା ଗୁରୁତ୍ବପୂର୍ଣ୍ଣ ।  ଏଭଳି ସମିତିରେ ମହିଳାମାନେ ଏକାଠି ସ୍ବର ଉତ୍ତୋଳନ କରିଥାଆନ୍ତି। ମୋତେ ଲାଗୁଛି ଏଭଳି କମିଟି ପାଇଁ କିଛି ପରିବର୍ତ୍ତନ ହୋଇଛି ଯାହାକୁ ଆପଣମାନେ ବି ଅନୁଭବ କରି ପାରୁଥିବେ। କିଛି ନହେଲେ ମହିଳାମାନେ ଏହି ସମସ୍ୟା ବିଷୟରେ ସାହାସ ‌କରି ଖୋଲାଖୋଲି ଆଲୋଚନା ତ କରି ପାରୁଛନ୍ତି। ଏବେ ବି ଦୀର୍ଘରାସ୍ତା ପଡ଼ିଛି। ଯାହାକୁ ଅତିକ୍ରମ କରିବାକୁ ପଡ଼ିବ। ଅନେକ ଲଢ଼େଇ ଓ ସଂଘର୍ଷ କରିବାକୁ ହେବ।

କିଛି ପ୍ରଡକସନ ହାଉସ ଓ ସିନେମା ନିର୍ମାତାମାନେ ସେଟରେ ମହିଳାଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। 
ତେବେ କେବଳ ଯେ ଏହି ସମସ୍ୟା ଅର୍ଥାତ ମହିଳାଙ୍କ ଉପରେ ହେଉଥିବା ଶାରୀରିକ ଓ ମାନସିକ ନିର୍ଯାତନା ସିନେ ଶିଳ୍ପ ରହିଛି ତାହା ନୁହେଁ ଏହା ଅନେକ କ୍ଷେତ୍ରରେ ରହିଛି। ତେଣୁ ଏହା ଜରୁରି ଯେ ଏଭଳି କମିଟି ଉପରେ ଆମେ ଯଥା ଶୀଘ୍ର କାମ ଆରମ୍ଭ କରିଦେବା ଉଚିତ। 

ଅନନ୍ୟାଙ୍କ ୱାର୍କଫ୍ରଣ୍ଟର କଥା କହିବାକୁ ଗଲେ ନିକଟରେ ତାଙ୍କର ଆମାଜନ ପ୍ରାଇମରେ ‘କଲ ମି ବେ’ ରିଲିଜ ହୋଇଛି। ଯାହାକୁ ଖୁବ ପସନ୍ଦ ବି କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe