ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା

ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା

photo-twitter

ଭୁବନେଶ୍ୱର: ଆଙ୍କର ଭାବେ ସେ ଓଡ଼ିଶାରେ ବେଶ ଲୋକପ୍ରିୟ। ହେଲେ ବଡ଼ ପରଦାରେ ବି କାମ କରିଛନ୍ତି ସେ। ଖାଲି ସେତିକି ନୁହେଁ ସେ ବିବାହିତା ମଧ୍ୟ। ହେଲେ ଏବେ ଓଲିଉଡ ଏବଂ ଛୋଟ ପରଦାକୁ ଫେରିଛନ୍ତି ।ଏଠାରେ ଯେଉଁ ଯୁବତୀଙ୍କ କଥା କୁହାଯାଉଛି ସେ ହେଲେ ପୁପୁଲ । ଆଗରୁ ତାଙ୍କୁ ପାୟଲ ଭୂୟାଁ ନାଆଁରେ ସମସ୍ତେ ଜାଣୁଥିଲେ। ଏବେ ସେ ଛୋଟ ପରଦାରେ (ଜି ସାର୍ଥକ) ରେ ପ୍ରସାରିତ ହେଉଥିବା ଲିଟିଲ ଚାଂପସରେ ଉପସ୍ଥାପିକାଭାବେ ନଜର ଆସୁଛନ୍ତି।

ଏବେ ‘ଅନୁଭବ-ଏ ଲଭରବୟ’ ଟାଇଟଲରେ ଏକ ସିନେମା ତିଆରି ହେଉଛି। ଏହି ସିନେମାର ନାୟକଙ୍କ ନାମ ରହିଛି ଅନୁଭବ ଏବଂ ନାୟିକାଙ୍କ ନାଆଁ ହେଲା ବର୍ଷା। ଏଥିରେ ନାୟକ ଭୂମିକାରେ ଅଛନ୍ତି କ୍ରୀଷ୍ଣା-ଗୋବିନ୍ଦା ଫେମ୍‌ ସୂରଜ କୁମାର । ଆଉ ତାଙ୍କ ନାୟିକା ବନିଛନ୍ତି ପୁପୁଲ ଯିଏ କି ପୂର୍ବରୁ ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ନଜର ଆସିଥିଲେ ବଡ଼ ପରଦାରେ ।

publive-image

ଏହି ସିନେମାରେ ପୁପୁଲଙ୍କୁ ଜଣେ କଲେଜ୍‌ ପଢ଼ୁଆ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ଏବଂ ତାଙ୍କ ପ୍ରେମିକ ଭୂମିକାରେ ଅଛନ୍ତି ସୂରଜ। ରଂଜନ-ଶଶୀ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ‘ଅନୁଭବ-ଏ ଲଭର ବୟ’ର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ଜେନା,କାଳୀଚରଣ,ଦେବୀ ବାରିକ ପ୍ରମୁଖ ଅଛନ୍ତି ।‘ଅନୁଭବ-ଏ ଲଭରବୟ’ର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe