ପୁଣି ଦୀପକ-ରୀୟା ଯୋଡ଼ି

Advertisment

ପୁଣି ପରଦାକୁ ଆସିବ ଦୀପକ-ରୀୟା ଯୋଡ଼ି। ଏହି ଯୋଡ଼ି ଅଭିନୀତ ‘ପବିତ୍ର ବନ୍ଧନ’ ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ ଏବେ ପୁଣି ଏକ ନୂଆ ସିନେମାରେ ସେମାନେ କାମ କରିବାକୁ ଯାଉଛନ୍ତି।

ପୁଣି ପରଦାକୁ ଆସିବ ଦୀପକ-ରୀୟା ଯୋଡ଼ି। ଏହି ଯୋଡ଼ି ଅଭିନୀତ ‘ପବିତ୍ର ବନ୍ଧନ’ ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ ଏବେ ପୁଣି ଏକ ନୂଆ ସିନେମାରେ ସେମାନେ କାମ କରିବାକୁ ଯାଉଛନ୍ତି।

gjdgjgjgj

ପୁଣି ପରଦାକୁ ଆସିବ ଦୀପକ-ରୀୟା ଯୋଡ଼ି। ଏହି ଯୋଡ଼ି ଅଭିନୀତ ‘ପବିତ୍ର ବନ୍ଧନ’ ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ ଏବେ ପୁଣି ଏକ ନୂଆ ସିନେମାରେ ସେମାନେ କାମ କରିବାକୁ ଯାଉଛନ୍ତି। ସଂପ୍ରତି ଯେଉଁ ସିନେମା ଲାଗି ଦୀପକ ଓ ରୀୟାଙ୍କୁ ଚୁକ୍ତିବଦ୍ଧ କରାଯାଇଛି, ତାହାର ଟାଇଟଲ୍ ଏଯାଏ ଜଣାପଡ଼ିନାହିଁ। ଦୀପକ-ରୀୟାଙ୍କ ବ୍ୟତୀତ ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀରାଜ, ପ୍ରଦ୍ୟୁମ୍ନ ଲେଙ୍କା, ନବାଗତା ବିଜୟଲକ୍ଷ୍ମୀ ଓ ଆଲିୟାନା ପ୍ରମୁଖ ଅଭିନୟ କରୁଛନ୍ତି। ଦୀପକ-ରୀୟା ଯୋଡ଼ିଙ୍କୁ ପ୍ରଥମ ଥର ପାଇଁ ଏସ୍ ଦିଲୀପ ପଣ୍ଡା ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।

ଏହି ସିନେମା ଜରିଆରେ ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ’, ‘ଦିୱାନା ଦିୱାନୀ’ ଓ ‘ଆଶିକ୍’ ସମେତ ଛଅଟି ଓଡ଼ିଆ ଛବିର ନିର୍ମାତା ପ୍ରମୋଦ ସ୍ବାଇଁ ଓଲିଉଡ୍‌କୁ ଫେରୁଛନ୍ତି। ଡକ୍ଟର ରଜନୀ ରଂଜନ ଏହାର ଚିତ୍ରନାଟ୍ୟକାର ଓ ସଂଳାପକାର ଏବଂ ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ଅଭିଜିତ ମଜୁମ୍‌ଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe