ପୁଣି ମହାଶ୍ବେତାଙ୍କ ସହ ସୂର୍ଯ୍ୟମୟୀ

Advertisment

୨୦୧୫ରେ ରିଲିଜ୍ ହୋଇଥିବା ‘ଭଲ ପାଏ ତତେ ଶହେରୁ ଶହେ’ରୁ କ୍ୟାରିୟର୍ ଆରମ୍ଭ କରିଥିବା ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ ଏବେ ଓଲିଉଡ୍‌ରେ ଦଶବର୍ଷ ପୂରଣ କରିଛନ୍ତି। ତାଙ୍କ ହାତକୁ ଆସିଛି ଆଉ ଏକ ନୂଆ ସିନେମା।

୨୦୧୫ରେ ରିଲିଜ୍ ହୋଇଥିବା ‘ଭଲ ପାଏ ତତେ ଶହେରୁ ଶହେ’ରୁ କ୍ୟାରିୟର୍ ଆରମ୍ଭ କରିଥିବା ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ ଏବେ ଓଲିଉଡ୍‌ରେ ଦଶବର୍ଷ ପୂରଣ କରିଛନ୍ତି। ତାଙ୍କ ହାତକୁ ଆସିଛି ଆଉ ଏକ ନୂଆ ସିନେମା।

dsdsxcxcxc

୨୦୧୫ରେ ରିଲିଜ୍ ହୋଇଥିବା ‘ଭଲ ପାଏ ତତେ ଶହେରୁ ଶହେ’ରୁ କ୍ୟାରିୟର୍ ଆରମ୍ଭ କରିଥିବା ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ ଏବେ ଓଲିଉଡ୍‌ରେ ଦଶବର୍ଷ ପୂରଣ କରିଛନ୍ତି। ତାଙ୍କ ହାତକୁ ଆସିଛି ଆଉ ଏକ ନୂଆ ସିନେମା। ସଂଯୋଗବଶତଃ, ଏଥିରେ ସେ ପୁଣି ବରିଷ୍ଠ ଅଭିନେତ୍ରୀ ମହାଶ୍ବେତାଙ୍କ ଯୁବାବସ୍ଥାର ଭୂମିକା ନିଭାଉଛନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ‘ଆଶ୍ରମ’ରେ ବି ସୂର୍ଯ୍ୟମୟୀ ମହାଶ୍ବେତାଙ୍କ ଯୁବାବସ୍ଥାର ଭୂମିକା ନିଭାଇ ପ୍ରଶଂସିତ ହୋଇଥିଲେ। ଏବେ ଯେଉଁ ସିନେମାରେ ସମାନ କଥା ଘଟିଛି, ତାହାର ଶୀର୍ଷକ ହେଲା ‘ନାୟିକା’।

ନବେ ଦଶକ ମଞ୍ଚ ନାଟକର ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ମହାଶ୍ବେତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ପ୍ରଭାସମଞ୍ଜରୀ ଦେବୀ। ‘ଆଶ୍ରମ’ରେ ଯେହେତୁ ସୂର୍ଯ୍ୟମୟୀ ମହାଶ୍ବେତାଙ୍କ ଯୁବାବସ୍ଥାର ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ, ତେଣୁ ତାଙ୍କୁ ‘ନାୟିକା’ରେ ନିଆଯାଇଛି ବୋଲି ଏହାର ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁ କହିଛନ୍ତି। ତେବେ ଏହାର କାହାଣୀ ଓ ଚରିତ୍ର ‘ଆଶ୍ରମ’ଠାରୁ ସଂପୂର୍ଣ୍ଣ ଭିନ୍ନ। ସୂର୍ଯ୍ୟମୟୀ ପୁଣି ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ବିଶ୍ବାସ। ଏଣେ ‘ନାୟିକା’ ଜରିଆରେ ସୂର୍ଯ୍ୟମୟୀ-ସୁଧାଂଶୁମୋହନ ସାହୁଙ୍କ ଯୋଡ଼ି ହାଟ୍ରିକ୍ କରିବାକୁ ଯାଉଛି। ରୂପେଶ କୁମାର ନାୟକ ‘ନାୟିକା’ର ପ୍ରଯୋଜନା କରୁଥିବା ବେଳେ ଶଙ୍କର ତ୍ରିପାଠୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe