ପୁଣି ଅମ୍ଳାନ ତୃପ୍ତି ଏକାଠି

Advertisment

ନାୟିକା ତୃପ୍ତି ମିରାମ୍ବିକାଙ୍କୁ ପୁଣି ମିଳିଛି ଜଣେ ଆଗଧାଡ଼ିର ନାୟକଙ୍କ ସାଥ୍। ଏହି ଆଗଧାଡ଼ିର ନାୟକ ହେଉଛନ୍ତି ତାଙ୍କର ପୁରୁଣା କୋ-ଷ୍ଟାର୍‌ ଅମ୍ଳାନ। ଦର୍ଶକ ଖୁବ୍ ଶୀଘ୍ର ଅମ୍ଳାନ-ତୃପ୍ତି ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ।

ନାୟିକା ତୃପ୍ତି ମିରାମ୍ବିକାଙ୍କୁ ପୁଣି ମିଳିଛି ଜଣେ ଆଗଧାଡ଼ିର ନାୟକଙ୍କ ସାଥ୍। ଏହି ଆଗଧାଡ଼ିର ନାୟକ ହେଉଛନ୍ତି ତାଙ୍କର ପୁରୁଣା କୋ-ଷ୍ଟାର୍‌ ଅମ୍ଳାନ। ଦର୍ଶକ ଖୁବ୍ ଶୀଘ୍ର ଅମ୍ଳାନ-ତୃପ୍ତି ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ।

scscxc

ନାୟିକା ତୃପ୍ତି ମିରାମ୍ବିକାଙ୍କୁ ପୁଣି ମିଳିଛି ଜଣେ ଆଗଧାଡ଼ିର ନାୟକଙ୍କ ସାଥ୍। ଏହି ଆଗଧାଡ଼ିର ନାୟକ ହେଉଛନ୍ତି ତାଙ୍କର ପୁରୁଣା କୋ-ଷ୍ଟାର୍‌ ଅମ୍ଳାନ। ଦର୍ଶକ ଖୁବ୍ ଶୀଘ୍ର ଅମ୍ଳାନ-ତୃପ୍ତି ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ। ଅମ୍ଳାନ ଓ ତୃପ୍ତି ମିରାମ୍ବିକା ଯେଉଁ ସିନେମାରେ ଦ୍ବିତୀୟ ବାର ନାୟକ-ନାୟିକା ‌ହେବାକୁ ଯାଉଛନ୍ତି, ତାହାର ଶୀର୍ଷକ ଏଯାବତ୍ ସ୍ଥିରୀକୃତ ହୋଇନାହିଁ। ତେବେ ଓଲିଉଡ୍‌ର ଅନ୍ୟତମ ସଫଳ ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ’, ‘ତୁ ମୋ ଗାର୍ଲଫ୍ରେଣ୍ଡ୍’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ଛଅଟି ସଫଳ  ଚଳଚ୍ଚିତ୍ର ଭେଟି ଦେଇଥିବା ପ୍ରମୋଦ ସ୍ୱାଇଁ ଏହାର ପ୍ରଯୋଜକ।

ସୂଚନାଯୋଗ୍ୟ, ଅମ୍ଳାନ-ତୃପ୍ତି ମିରାମ୍ବିକାଙ୍କୁ ଶେଷ ଥର ଲାଗି ଗତବର୍ଷ ମୁକ୍ତିଲାଭ କରିଥିବା ବ୍ରଜ ସିଂଙ୍କ ନିର୍ଦ୍ଦେଶିତ ‘ସମୟ କହିବ କିଏ କାହାର’ରେ ଦେଖିଥିଲେ ସିନେପ୍ରେମୀ। ନାମକରଣ ହୋଇ ନଥିବା ଏହି ଓଡ଼ିଆ ଛବିଟି ଦର୍ଶକଙ୍କ ଦ୍ବାରା କେତେ ଗ୍ରହଣୀୟ ହେଉଛି ମୁକ୍ତିଲାଭ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe