ବମ୍ବେ ହାଇକୋର୍ଟରୁ କଙ୍ଗନାଙ୍କୁ ଆଶ୍ବସ୍ତି: ୨୦୨୧ ଜାନୁଆରି ୮ ପର୍ଯ୍ୟନ୍ତ ହୋଇ ହୋଇପାରିବ ନାହିଁ ଗିରଫଦାରୀ

Advertisment
ବମ୍ବେ ହାଇକୋର୍ଟରୁ କଙ୍ଗନାଙ୍କୁ ଆଶ୍ବସ୍ତି: ୨୦୨୧ ଜାନୁଆରି ୮ ପର୍ଯ୍ୟନ୍ତ ହୋଇ ହୋଇପାରିବ ନାହିଁ ଗିରଫଦାରୀ

ମୁମ୍ବାଇ: ବମ୍ବେ ହାଇକୋର୍ଟ ମଙ୍ଗଳବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମୁମ୍ବାଇ ପୁଲିସ ଟୁଇଟରରେ କଙ୍ଗନା ଓ ତାଙ୍କ ଭଉଣୀ ଦେଇଥିବା ମନ୍ତବ୍ୟ ନେଇ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଏହି ମାମଲା ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଏକ ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ଯେ ୨୦୨୧ ଜାନୁଆରି ୮ ତାରିଖରେ ମୁମ୍ବାଇ ପୁଲିସ ନିକଟରେ କଙ୍ଗନା ଓ ତାଙ୍କ ଭଉଣୀ ହାଜର ହେବେ ଏହି ସମୟ ମଧ୍ୟରେ ସେମାନଙ୍କୁ ଗିରଫ କିମ୍ବା ଅଟକ ରଖାଯାଇପାରିବ ନାହିଁ।

କଙ୍ଗନା ଓ ଚାନ୍ଦେଲଙ୍କ ପକ୍ଷ ତାଙ୍କ ଓକିଲ ରିଜୱାନ ସିଦ୍ଦିକି ରଖିଥିଲେ। ଅଭିନେତ୍ରୀଙ୍କ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

କଙ୍ଗନା ରାଣାୱତ ଏବଂ ରଙ୍ଗୋଲି ଚାନ୍ଦେଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ମୁମ୍ବାଇ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଏ ସମ୍ପର୍କିତ ସେମାନେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ଦୁଇ ଭଉଣୀଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

कंगना रनौत

ଏତଦବ୍ୟତୀତ ଜାନୁଆରୀ ୮ ଅପରାହ୍ନ ୨ଟାରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ଉପସ୍ଥିତ ରହିବାକୁ କୋର୍ଟ କଙ୍ଗନା ଏବଂ ରଙ୍ଗୋଲିଙ୍କୁ ନିର୍ଦେଶ ଦେଇଛନ୍ତି। ଜାନୁଆରି ୧୧ରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ କଙ୍ଗନାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ  ଧାରା ୨୯୫ (ଏ) ୧୫୩ (ଏ) ଏବଂ ୧୨୪ (ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe