ସବୁଠାରୁ ଲୋକପ୍ରିୟ ମହିଳା ତାଲିକାରେ ଏହି ବଲିଉଡ ନାୟିକା 

Advertisment
ସବୁଠାରୁ ଲୋକପ୍ରିୟ ମହିଳା ତାଲିକାରେ ଏହି ବଲିଉଡ ନାୟିକା 

ମୁମ୍ବାଇ : ବଲିଉଡପରେ ଏବେ ହଲିଉଡରେ  ନିଜର  ଆସ୍ଥାନ  ଜମେଇ  ସାରିଲେଣି   ଲୋକପ୍ରିୟ  ନାୟିକା  ପ୍ରିୟଙ୍କା ଚୋପ୍ରା  ।  ଆଜିକାଲି ସେ  ହଲିଉଡରେ  କ୍ୱାଣ୍ଟିକୋ ସିଜିନ୍‌ -୩ ର  ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଆମେରିକୀୟ ଟେଲି ସୋପରେ କାମ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି  ପ୍ରିୟଙ୍କା ଚୋପ୍ରା  । ଏଥିପାଇଁ ତାଙ୍କୁ  ଇଣ୍ଟରନେସନାଲ୍‌  ଷ୍ଟାର୍‌  ବୋଲି   ବି କୁହାଗଲାଣି । ଏବେ ସେ ଆଉ ଏକ ନୂଆ ସୋପାନରେ ପହଞ୍ଚିଛନ୍ତି।  ତାହା ହେଲା ଯେ yougov ପକ୍ଷରୁ କରାଯାଇଥିବା ଏକ ଅନଲାଇନ୍‌ ସର୍ଭେରେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଲୋକଙ୍କ ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଏଥିରେ ପୁରୁଷମାନଙ୍କ ତାଲିକାରେ ବିଲ ଗେଟସ୍‌ ଏବଂ ମହିଳାମାନଙ୍କ ଭିତରେ ଆଞ୍ଜେଲିନା ଜୋଲି  ଏକ ନମ୍ବର ସ୍ଥାନ ପାଇଛନ୍ତି।

publive-image photo-zeenews

୨୦୦୦ ମସିହାରେ  ‘ ମିସ୍‌ ଓ୍ଵାର୍ଲ୍ଡ’  ଟାଇଟଲ୍‌   ହାସଲ କରିଥିବା  ପରେ  ପ୍ରିୟଙ୍କା   ଚୋପ୍ରା ବଲିଉଡରେ   ପ୍ରବେଶ  କରିଥିଲେ ।  ତାଙ୍କ   ଅଭିନୀତ  ପ୍ରଥମ ହିନ୍ଦୀ  ସିନେମା  ଥିଲା   ରାଜ କଓ୍ଵଁରଙ୍କ  ନିର୍ଦ୍ଦେଶିତ ‘ ଅନ୍ଦାଜ୍‌’   ।  ଏହାପରେ  ସେ ଆଉ ପଛକୁ   ଫେରି  ଚାହିଁ ନାହାନ୍ତି ।   ଇତିମଧ୍ୟରେ  ପ୍ରିୟଙ୍କା ଚୋପ୍ରା  ଏତ୍‌ରାଜ୍‌,  ସାତ୍‌ ଖୁନ୍‌ ମାଫ୍‌,  ଅଗ୍ନିପଥ  , ମୁଝସେ ସାଦି କରୋଗି, କ୍ରିଶ୍‌ , କ୍ରିଶ୍‌-ଥ୍ରୀ, ଦୋସ୍ତାନା, ଡନ୍‌, ଅଞ୍ଜାନା-ଅଞ୍ଜାନୀ ଓ ବାର୍ଫି   ସମେତ  ବେଶ୍‌  କେତୋଟି  ଲୋକପ୍ରିୟ  ହିନ୍ଦୀ ସିନେମାରେ   ନାୟିକାଭାବେ  ଅଭିନୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe