କପୁର ପରିବାରଙ୍କ ‘ମୁଭି ଡେଟ୍‌’: ପରିବାରର ସବୁ ଷ୍ଟାର୍‌ ଏକା ସହ ଗଲେ ମଲ୍‌ଟିପ୍ଲେକ୍ସ

Advertisment
କପୁର ପରିବାରଙ୍କ ‘ମୁଭି ଡେଟ୍‌’: ପରିବାରର ସବୁ ଷ୍ଟାର୍‌ ଏକା ସହ ଗଲେ ମଲ୍‌ଟିପ୍ଲେକ୍ସ

ନୂଆଦିଲ୍ଲୀ: ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ସଫଳତା ପାଇବା ପରେ ଅଭିନେତ୍ରୀ ଜାହ୍ନବୀ କପୁର୍‌ ନିଜର ପରିବାର ସଦସ୍ୟଙ୍କ ସହ କିଛି ଗୁଣବତ୍ତା ସମୟ ଅତିବାହିତ କରିଛନ୍ତି। ସେ ତାଙ୍କ ଭାଇ ଅର୍ଜୁନ କପୁର, ଭଉଣୀ ସନୟା ଓ ଅନ୍‌ସୁଲା କପୁରଙ୍କ ସହ ଏକ ‘ମୁଭି ଡେଟ୍‌’ରେ ଯାଇଛନ୍ତି। ଏହି ଡେଟ୍‌ରେ ସଞ୍ଜୟ କପୁର ଓ ତାଙ୍କ ପତ୍ନୀ ମାହପ ମଧ୍ୟ ନଜର ଆସିଛନ୍ତି।

ଜାହ୍ନବୀ ଏକ ଡେନିମ୍‌ ହଟ୍‌ ପ୍ୟାଣ୍ଟ୍‌ ସହିତ ଏକ ଡେନିମ ଜ୍ୟାକେଟ୍‌ ପିନ୍ଧି ଜୁହୁର ଏକ ମ୍‌ଲ୍‌ଟିପ୍ଲେକ୍ସରେ ନଜର ଆସିଛନ୍ତି। ସେଠାରେ ଜାହ୍ନବୀଙ୍କ ପରିବାର ତାଙ୍କର ‘ମୁଭି ଡେଟ୍‌’କୁ ଉପଭୋଗ କରୁଛନ୍ତି। ସଞ୍ଜୟ କପୁରଙ୍କର ପତ୍ନୀ ମାହପ ଓ ଝିଅ ସନୟାଙ୍କ ସହ ଏକ ଫଟୋଗ୍ରାଫ୍‌ ଦେଖିବାକୁ ମିଳିଛି। ଏପଟେ ମଲ୍‌ଟିପ୍ଲେକ୍ସରେ ଭଉଣୀ ଅନ୍‌ସୁଲାଙ୍କ ସହ ପ୍ରବେଶ କରୁଛନ୍ତି ଅର୍ଜୁନ କପୁର୍‌।

publive-image

ଉଲ୍ଲେଖଯୋଗ୍ୟ, ଅର୍ଜୁନ ଓ ଅନ୍‌ସୁଲା ହେଉଛନ୍ତି ବୋନି କପୁରଙ୍କ ପ୍ରଥମ ପତ୍ନୀଙ୍କୁ ପିଲା। ସେହିପରି ଜାହ୍ନବୀ ଓ ଖୁସି ହେଉଛନ୍ତି ବୋନି କପୁରଙ୍କ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀଙ୍କ ପିଲା। ବୋନି କପୁରଙ୍କ ସାନ ଭାଇ ସଞ୍ଜୟ କପୁରଙ୍କ ଝିଅ ସନୟା ଓ ତାଙ୍କ ପୁଅ ଜହାନ ଏହା ଗେଟ୍‌ ଟୁଗେଦର୍‌ରେ ଦେଖିବାକୁ ମିଳିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe