ମଲାଇକାଙ୍କ ବାପା ଜୀବନ ହାରିବା ଘଟଣାକୁ ନେଇ ମୁମ୍ବାଇ ପୁଲିସର ପ୍ରତିକ୍ରିୟା

Advertisment

ଅନିଲ ଆରୋରାଙ୍କ ଜୀବନ ହାରିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ମୁମ୍ବାଇ ପୁଲିସ ଅଧିକାରୀ କହିଛନ୍ତି, ‘ଅନିଲଙ୍କ ମୃତଦେହକୁ ଜବତ କରାଯାଇଛି। ଯାଞ୍ଚ ଜାରି ରହିଛି। ଫରେନ୍ସିକ ଦଳ ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଅନିଲ ଆରୋରାଙ୍କ ଜୀବନ ହାରିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ମୁମ୍ବାଇ ପୁଲିସ ଅଧିକାରୀ କହିଛନ୍ତି, ‘ଅନିଲଙ୍କ ମୃତଦେହକୁ ଜବତ କରାଯାଇଛି। ଯାଞ୍ଚ ଜାରି ରହିଛି। ଫରେନ୍ସିକ ଦଳ ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

45

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରାଙ୍କ ବୁଧବାର ମୃତ୍ୟୁ ହୋଇଛି।  ଅନିଲ ବାନ୍ଦ୍ରାରେ ନିଜ ୬ମହଲା ଘରର ବାଲକୋନୀରୁ ଡେଇଁ ଜୀବନ ହାରିବା  ଘଟଣା ସାମ୍ନାକୁ ଆସିବା ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଅନିଲଙ୍କୁ ହଠାତ ଏପରି ଭାବେ ହରାଇ ମଲାଇକାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।ହଠାତ ମଲାଇକାଙ୍କ ବାପା ଏଭଳି ନିଷ୍ପତ୍ତି କାହିଁକି ନେଲେ ଏହା ପଛର କାରଣ କ’ଣ ଥାଇପାରେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଆରୋରାଙ୍କ ଜୀବନ ହାରିବାର କାରଣ ଖବର ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେ‌ଳେ ସେ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ ବୋଲି କୁହାଯାଉଛି।

ଅନିଲ ଆରୋରାଙ୍କ ଜୀବନ ହାରିବା ଖବର ପାଇବା ପରେ ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଏହି ଘଟଣାକୁ ନେଇ ମୁମ୍ବାଇ ପୁଲିସ ଅଧିକାରୀ କହିଛନ୍ତି, ‘ଅନିଲଙ୍କ ମୃତଦେହକୁ ଜବତ କରାଯାଇଛି। ଯାଞ୍ଚ ଜାରି ରହିଛି। ଫରେନ୍ସିକ ଦଳ ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସେମାନେ ବି ଯାଞ୍ଚରେ ବ୍ୟସ୍ତ ଅଛନ୍ତି। ଅନିଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଉଛି।

ଘଟଣା ଘଟିବା ସମୟରେ ମଲାଇକା ପୁନେରେ ଥିଲେ। ଖବର ପାଇ ସେ ସଙ୍ଗେସଙ୍ଗେ ପୁନେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରି ତାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସାନ ଭଉଣୀ ଅମୃତା ଆରୋରା ବି ତାଙ୍କ ସହିତ ଥିଲେ। ଅମୃତା କାନ୍ଦିକାନ୍ଦି ଘର ଭିତରେ ପଶୁଥିବା ସାମ୍ନାକୁ ଆସିଥିବା ଏକ ଭିଡିଓରେ ନଜର ଆସୁଛି``

ଏହି ଖବର ବି ପଢ଼ନ୍ତୁ: https://sambad.in/crime/man-run-away-police-station-7060873 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe