Telangana Today
ବଲିଉଡ୍ର ମିଷ୍ଟର୍ ଇଣ୍ଡିଆଭାବେ ପରିଚିତ ଅନିଲ କପୁର ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ମୁଁ ଆଜି ଭଳି ପୂର୍ବରୁ କେବେ ବି ଫିଟ୍ ନଥିଲି। ଆଜି ମୁଁ ମନରେ ଦୃଢ଼ ଓ ସୁସ୍ଥ ରହିଛି। ଏହାକୁ ଅଭିନେତା ହ୍ରିତିକ୍ ରୋସନ ମଧ୍ୟ ଭୁରି ପ୍ରଶଂସା କରିଛନ୍ତି। ନିଜ ବ୍ୟାୟାମ ଓ ଫିଟ୍ନେସ୍ ପାଇଁ ସିନେ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହ୍ରିତିକ ଲେଖିଛନ୍ତି, ବାସ୍ ବାକି ସବ୍ ଖତମ୍। ଖାଲି ହ୍ରିତିକ୍ ନୁହେଁ ଅନିଲଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ତାଙ୍କ ଶରୀରରେ ପରିବର୍ତ୍ତନକୁ ପସନ୍ଦ କରିଛନ୍ତି। ଅଭିନେତା ଅନିଲ ଲକ୍ଡାଉନ୍ରେ ନିଜ ଶରୀରରେ ଏହି ପରିବର୍ତ୍ତନ ଆଣିଛନ୍ତି। ସେ ଶେଷଥର ପାଇଁ ମଲଙ୍ଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
Follow Us