ଫ୍ୟାନ୍ସଙ୍କ ପାଇଁ ୧୦କୋଟି ଟଙ୍କାର ବିଜ୍ଞାପନକୁ ଏଡ଼ାଇ ଦେଲେ ଅନିଲ

୧୦କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ଏଡାଇ ଦେଲେ ଅନିଲ କପୁର। ପ୍ରତିକ୍ରିୟା ଦେଇ କହିଲେ, ‘ଫ୍ୟାନ୍ସମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି। ମୁଁ ଏମିତି କିଛି ବିଜ୍ଞାପନ କରିବି ନାହିଁ ଯାହାକି ଲୋକଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବ।’

ଅଦ୍ୟତନ ହୋଇଛି
ୗନସୗ


ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ଝାକାସ୍ ଓରଫ୍ ଅନିଲ କପୁର ଗତ ୪୫ବର୍ଷ ହେବ ସିନେମାରେ କାମ କରି ଆସୁଛନ୍ତି। ଆଜି ବି ଲୋକେ ଅନିଲଙ୍କ ଅଭିନୟ ଦେଖିବା ପାଇଁ ପସନ୍ଦ କରୁଛନ୍ତି। ଅନିଲ ଯାହାବି କାମ କରିଥାଆନ୍ତି ପ୍ରଥମେ ସେ ତାଙ୍କ ଫ୍ୟାନ୍ସଙ୍କ ରୁଚି କେଉଁଥିରେ ଅଛି ସେଥିପ୍ରତି ଧ୍ୟାନ ଦେଇଥାଆନ୍ତି। 
ନିକଟରେ ଅନିଲ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହେବା ସହିତ ଅଭିନେତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି। 

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଅନିଲ କପୁରଙ୍କୁ ପାନ ମସଲା କମ୍ପାନିର ବିଜ୍ଞାପନ ପାଇଁ ଅଫର ଆସିଥିଲା। ଯେଉଁଥିପାଇଁ କମ୍ପାନି ୧୦କୋଟି ଟଙ୍କା ଦେବାକୁ ରାଜି ଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୋଟାଅଙ୍କର ଅର୍ଥରାଶି ଥିବା ଏହି ବିଜ୍ଞାପନ ଅଫରକୁ ଅନିଲ  ଏଡାଇ ଦେଇଛନ୍ତି। ଏହା କେବଳ ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ କରିଥିବା କୁହାଯାଉଛି। 
ବି

ଶେଷ ସୂତ୍ରରୁ ଖବର ମିଳିଛି ଯେ ଅନିଲ ଏହି ଅଫର ଏଡାଇବାର କାରଣକୁ ନେଇ କହିଛନ୍ତି, ‘ତାଙ୍କର ଫ୍ୟାନ୍ସମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି। ସେ ଏମିତି କିଛି ବିଜ୍ଞାପନ କରିବେ ନାହିଁ ଯାହାକି ଲୋକଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବ।#

ବଲିଉଡ ଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫ ସମେତ  ଅନେକ ଅଭିନେତାଙ୍କୁ ଏଭଳି ବିଜ୍ଞାପନ କରିଥିବା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ବି ଏଭଳି ପାନ ମସଲାର ବିଜ୍ଞାପନ କରି ଟ୍ରୋଲ ହୋଇଥିଲେ। ପରେ ସେ ତାଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିବା ସହିତ ଆଗକୁ ଏଭଳି ବିଜ୍ଞାପନ କରିବେ ନାହିଁ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe