ଜୀବନ ହାରିବା ପୂର୍ବରୁ ଦୁଇଝିଅଙ୍କୁ ଫୋନ କରି ଅନିଲ କହିଥିଲେ ଏଭଳି କଥା…

Advertisment

ଜୀବନ ହାରିବା ପୂର୍ବରୁ ଦୁଇଝିଅଙ୍କୁ ଫୋନ କରି ଅନିଲ କହିଥିଲେ, ‘ଝିଅରେ ମୁଁ ଅସୁସ୍ଥ ଓ କ୍ଲାନ୍ତ। ତୁମେମାନେ ଭଲରେ ରହିବ।’ ମଲାଇକା ଓ ଅମୃତାଙ୍କ ସହିତ କିଛି ଏପରି କଥା ହୋଇ ଜୀବନ ହାରି ଦେଇଛନ୍ତି ଅନିଲ ।

ଜୀବନ ହାରିବା ପୂର୍ବରୁ ଦୁଇଝିଅଙ୍କୁ ଫୋନ କରି ଅନିଲ କହିଥିଲେ, ‘ଝିଅରେ ମୁଁ ଅସୁସ୍ଥ ଓ କ୍ଲାନ୍ତ। ତୁମେମାନେ ଭଲରେ ରହିବ।’ ମଲାଇକା ଓ ଅମୃତାଙ୍କ ସହିତ କିଛି ଏପରି କଥା ହୋଇ ଜୀବନ ହାରି ଦେଇଛନ୍ତି ଅନିଲ ।

78

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରା ବୁଧବାର ବାନ୍ଦ୍ରାସ୍ଥିତ ଘର ବାଲକୋନିରୁ ଡେଇଁ ଜୀବନ ହାରି ଦେଇଛନ୍ତି। ଅନିଲଙ୍କ ଏଭଳି ମୃତ୍ୟୁ ଆରୋରା ପରିବାରକୁ ଭାଙ୍ଗି ଦେଇଛି। ଅନିଲଙ୍କ ଦୁଇଝିଅ ମଲାଇକା ଓ ଅମୃତା ବାପାଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି। 

ପୁଲିସ ମଲାଇକାଙ୍କ ବାପଙ୍କ ମୃତ୍ୟୁର ଯାଞ୍ଚ କରୁଛି। ଏଭଳି ପରିସ୍ଥିତିରେ ମଲାଇକା ଓ ତାଙ୍କ ପରିବାରଲୋକଙ୍କୁ ସମ୍ପର୍କୀୟ ଓ ସାଙ୍ଗମାନେ ସମ୍ଭାଳିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଅନିଲ ଜୀବନ ହାରିବା ପୂର୍ବରୁ ତାଙ୍କ ଦୁଇଝିଅ ମଲାଇକା ଓ ଅମୃତାଙ୍କ ସହିତ କଥା ହୋଇଥିଲେ। ମଲାଇକାଙ୍କ ସହିତ କଥା ହେବା ସମୟରେ ଅନିଲ କହିଥିଲେ, ‘ଝିଅରେ ମୁଁ ଅସୁସ୍ଥ ଓ କ୍ଳାନ୍ତ। ’ ଏତିକି କହି ଫୋନ କାଟି ଦେଇଥିଲେ।

ଘରଲୋକ ଭିତରେ ଥିବା ବେଳେ ଅନିଲ ସିଗାରେଟ ଧରି ବାଲକୋନିକୁ ଯାଇଥିଲେ। ଏହାପରେ କେହି କିଛି ବୁଝିବା ପୂର୍ବରୁ ସେ ବାଲକୋନିରୁ ତଳକୁ ଡେଇଁ ଜୀବନ ହାରି ଦେଇଥିଲେ। 

ଅନିଲଙ୍କ ସାନ ଝିଅ ଅମୃତା ବାପାଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରୁନାହାନ୍ତି। ଘରସାରା ପାଗିଳିପ୍ରାୟ ହୋଇ ଘୁରି ବୁଲୁଛନ୍ତି। ବାପାଙ୍କ ଫଟୋକୁ ଦେଖି ଝୁରିଝୁରି ଅଚେତ ହୋଇପଡ଼ୁଛନ୍ତି। ବାପାଙ୍କ ମୃତ୍ୟୁ ଖବର ପାଇ ଘରେ ପହଞ୍ଚିବା ସମୟରେ ଅନିଲ ବାଲକୋନିରୁ ତଳକୁ ଡେଇଁ ଯେଉଁସ୍ଥାନରେ ପଡ଼ି ଜୀବନ ହାରି ଦେଇଥିଲେ ସେ ସ୍ଥାନକୁ ଦେଖି ଅମୃତା ସ୍ତବ୍ଧ ହୋଇଯାଇଥିଲେ। ନିଜକୁ ସମ୍ଭାଳି ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe