Advertisment

ଅନୀତା ଦାସଙ୍କ ଏହି ଇମେଜ୍‌କୁ ପସନ୍ଦ କରି ନ ଥିଲେ ଦର୍ଶକ , ଜାଣନ୍ତୁ କାରଣ 

Advertisment
ଅନୀତା ଦାସଙ୍କ  ଏହି ଇମେଜ୍‌କୁ ପସନ୍ଦ କରି ନ ଥିଲେ ଦର୍ଶକ , ଜାଣନ୍ତୁ କାରଣ 

ଭୁବନେଶ୍ୱର : ଓଡିଆ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ଅନୀତା ଦାସ । ଏହି ଦିବଂଗତ ଅଭିନେତ୍ରୀ ଅନୀତା ଦାସ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କୁ ଦର୍ଶକ ନାୟିକା, ସହନାୟିକା, ଖଳ ନାୟିକା ଓ ଚରିତ୍ର ଅଭିନେତ୍ରୀ ଭାବେ ପରଦା ଉପରେ ଦେଖିଛନ୍ତି। ସେ ସବୁପ୍ରକାରର ଭୂମିକାକୁ ନ୍ୟାୟ ଦେଇ ଜୀବନ୍ତ ଅଭିନୟ କରିଥିଲେ।

ଅନୀତା ଦାସଙ୍କୁ ସିନେପ୍ରେମୀ ମମତାମୟୀ ମାଆ ଓ ଭାଉଜ, ଭୂମିକାରେ ସବୁଠାରୁ ବେଶୀ ପସନ୍ଦ କରିଥିଲେ। ହେଲେ ଆପଣ କ’ଣ ଜାଣନ୍ତି କି ସେ ଏକ ଓଡ଼ିଆ ଚଳଚ୍ଚିତ୍ରରେ ବେଶ୍ୟା ଭୂମିକାରେ ଅଭିନୟ କରିଥିଲେ।

ହଁ , ଦିବଙ୍ଗତ ଅଭିନେତ୍ରୀ ଅନୀତା ଦାସ ଏକ ଓଡ଼ିଆ ଚଳଚ୍ଚିତ୍ରରେ ଦେହଜୀବୀ ଭୂମିକା ନିଭାଇଥିଲେ। ତେବେ ଖୁସିରେ ଏଇ ଘୃଣ୍ୟ ବୃତ୍ତିକୁ ଆପଣାଇ ନ ଥିଲେ। କାହାଣୀ ଅନୁଯାୟୀ ଅନୀତା ନିଜ ସାନ ଭାଇକୁ ବଡ଼ ମଣିଷ କରିବା ପାଇଁ ଅନ୍ୟ ଉପାୟ ନ ପାଇ ଦେହ ବ୍ୟବସାୟରେ ଲିପ୍ତ ହୋଇଥିଲେ। ସେ ଏକ ବେଶ୍ୟାଳୟରେ ରହୁଥିଲେ। ସେ ଏହି କାମରେ ପ୍ରଚୁର ଅର୍ଥ ରୋଜଗାର କରି ଇଂଜିନିୟରିଂ ପଢୁଥିବା ସାନ ଭାଇ ପାଖକୁ ଟଙ୍କା ପଠାଉଥିଲେ।

ଏହି କାମକୁ ସେ ଅତ୍ୟନ୍ତ ଗୋପନୀୟତା ସହିତ କରୁଥିଲେ। କିନ୍ତୁ ଏକଥା ଲୁଚି ରହେନା। ଦିନେ ସାନ ଭାଇ ସତ କ’ଣ ଜାଣିପାରେ। ତା’ପରେ ଭାଇ-ଭଉଣୀର ପବିତ୍ର ସଂପର୍କରେ କିଭଳି ଝଡ଼ ଉଠେ, ତାହା ଦେଖିବାକୁ ମିଳିଥିଲା ସିନେମା ‘ପାପପୁଣ୍ୟ’ରେ।

publive-image

ଦେବବ୍ରତ କରଙ୍କ ପ୍ରଯୋଜିତ ‘ପାପ ପୁଣ୍ୟ’ର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ। ଏଥିରେ ଅନୀତା ଦାସଙ୍କ ସାନ ଭାଇ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି। ‘ପାପପୁଣ୍ୟ’ରେ ଅନୀତାଙ୍କ ଇମେଜ୍‌କୁ ପସନ୍ଦ କରି ନ ଥିଲେ ଦର୍ଶକ। ଫଳତଃ ଫିଲ୍ମକୁ ଆଶାନୁରୂପକ ସଫଳତା ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe