Advertisment

ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ

Advertisment
ଏହି ଅଧୁରା ସ୍ୱପ୍ନ  ଛାଡି ଚାଲିଗଲେ ଅନୀତା ଦାସ

ଓଡିଆ ଚଳଚ୍ଚିତ୍ରଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ଅନୀତା ଦାସ । ସେ ଯାଯାବର,ଅକ୍ଷୀ ତୃତୀୟା, ତପସ୍ୟା, ମା ଓ ମମତା, ସ୍ୱପ୍ନସାଗର, ଜନନୀ,ଫୁଲଚନ୍ଦନ, ପୁଅ ମୋର କଳା ଠାକୁର, ପାପପୁଣ୍ୟ,ବାହୁଡିବେ ମୋ’ ଜଗାବଳିଆ,ଫୁଲ ଚନ୍ଦନ, କି ହେବ ଶୁଆ ପୋଷିଲେ , ଅଣ୍ଟି ଛୁରୀ ତଣ୍ଟି କାଟେ , ଆମ ଭିତରେ କିଛି ଅଛି ଏବଂ କାବୁଲା ବାରବୁଲା ଆଦି ସମେତ ଶହେରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ।

କିନ୍ତୁ ଆପଣ କ’ଣ ଜାଣନ୍ତି କି ସେ ଅନୀତା ଦାସ ଚଳଚ୍ଚିତ୍ର ପଯୋଜନା ଦିଗରେ ଆଗ୍ରହ ଦେଖାଇଥିଲେ। ଏଥିପାଇଁ ଅନୀତା ଚଳଚ୍ଚିତ୍ରଟିଏ ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ। ସେ ନିଜେ ଏକ କାହାଣୀ ବି ରଚନା କରିଥିଲେ। ଏହି ଫିଳ୍ମର ଟାଇଟଲ୍‌ ରଖାଯାଇଥିଲା ‘ମୋ ପତି ମୋ ଦେବତା’। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ସୂର୍ଯ୍ୟ ମିଶ୍ର। ଉଲ୍‌କା , ବାଜେ ବଇଁଶି ନାଚେ ଙ୍ଘୁଙ୍ଗୁର, ଜାଇଫୁଲ, ପାପ ପୁଣ୍ୟ ଓ କାଳିଆ ଭରସା ଆଦି ଛବିର ନିର୍ଦ୍ଦେଶନା ଦେଇଥିଲେ ସୂର୍ଯ୍ୟ ମିଶ୍ର ସିଦ୍ଧାର୍ଥ ନାଆଁରେ। ଅନିତା ଦାସଙ୍କ ପ୍ରଯୋଜିତ ‘ମୋ ପତି ମୋ’ ଦେବତା’ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଖ୍ୟାତ ସଙ୍ଗୀତକାର ଅକ୍ଷୟ ମହାନ୍ତି। ଏହି ଫିଲ୍ମର ଗୀତ ରେକର୍ଡିଂ ବି ସରିଗଲା।

publive-image
ଏହାପରେ ଫିଲ୍ମର ଷ୍ଟାର୍‌ କାଷ୍ଟ୍‍ ଫାଇନାଲ୍‌ କରାଯିବାର ଥିଲା। ତାପରେ ସୁଟିଂ ଆରମ୍ଭ ହେବାର ଥିଲା, ମାତ୍ର ତାହ ସମ୍ଭବ ହୋଇ ପାରି ନଥିଲା। ଅର୍ଥାତ୍‌ ଅନୀତାଙ୍କ ସିନେମା ନିର୍ମାଣର ସ୍ୱପ୍ନ ଅଧୁରା ରହିଗଲା। ଏହାପରେ ସେ କେବେ ବି ଆଉ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନାରେ ହାତ ଦେଇ ନଥିଲେ। ପ୍ରଯୋଜିକା ହେବାର ଯେଉଁ ଅଭିଳାଷ ଥିଲା ତାହା ତାଙ୍କର ଜୀବଦ୍ଦଶାରେ ପୂରଣ ହୋଇ ପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe