ବଡ଼ପଣ ଦେଖାଇଲେ ଅନୀତା ହସନନ୍ଦିନୀ: ନେଲେ ଦୁଇ ମାଆ ଛେଉଣ୍ଡ ପିଲାଙ୍କ ଦାୟିତ୍ବ

Advertisment

ଅନୀତା ହସନନ୍ଦିନୀ ଟିଭି ପରଦାରେ ଜଣେ ବହୁ ଲୋକପ୍ରିୟ ଚେହେରା। ନିଜର ଚମତ୍କାର ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟ ପୂର୍ବରୁ ଜିଣି ସାରିଥିଲେ। ଏବେ ସେ ତାଙ୍କର ବଡ଼ପଣ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

ଅନୀତା ହସନନ୍ଦିନୀ ଟିଭି ପରଦାରେ ଜଣେ ବହୁ ଲୋକପ୍ରିୟ ଚେହେରା। ନିଜର ଚମତ୍କାର ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟ ପୂର୍ବରୁ ଜିଣି ସାରିଥିଲେ। ଏବେ ସେ ତାଙ୍କର ବଡ଼ପଣ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

New Project (14) (1)

ମୁମ୍ବାଇ: ଅନୀତା ହସନନ୍ଦିନୀ ଟିଭି ପରଦାରେ ଜଣେ ବହୁ ଲୋକପ୍ରିୟ ଚେହେରା। ନିଜର ଚମତ୍କାର ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟ ପୂର୍ବରୁ ଜିଣି ସାରିଥିଲେ। ଏବେ ସେ ତାଙ୍କର ବଡ଼ପଣ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

‘ଛୋରିଆ ଚଲି ଗାଓଁ’ ରିୟାଲିଟି ସୋ’ରେ ଅଭିନେତ୍ରୀ ଏକ ଗ୍ରାମାଞ୍ଚଳ ପରିବେଶରେ ନିଜର ସମୟ ଅତିବାହିତ କରୁଛନ୍ତି। ସେଠାରେ ସେ ଗ୍ରାମବାସୀମାନଙ୍କର ସମସ୍ୟା ବି ବୁଝୁଛନ୍ତି। ଅନିତା ଯେଉଁ ପରିବାରରେ ରହିଥିଲେ; ସେ ଜାଣିବାକୁ ପାଇଲେ ଯେ ସେହି ପରିବାରର ଜଣେ ମହିଳାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଜଣେ ଛୋଟ ପିଲା ଅଛି। ପିଲାଟି ବିନା ମାଆରେ ବଢୁଛନ୍ତି। ପିଲାଟିର ମାଆର କରେଣ୍ଟ୍‌ରେ ଜୀବନ ଯାଇଛି। ମହିଳା ଜଣକୁ ସକାଳୁ ଗଛ ପୂଜା କରିବାକୁ ଯିବା ବେଳେ ତାର ଉପରେ ଗୋଡ଼ ପଡ଼ିଯିବାର ମହିଳାଙ୍କ ମୃତ୍ୟୁ ହୋଇଛି।

ସେହିପରି ଅନ୍ୟ ଜଣେ ମହିଳାଙ୍କର ହସ୍ପିଟାଲ୍‌ ଅସୁବିଧା ହେତୁ ମୃତ୍ୟୁ ହୋଇଛି। ସେହି ଗାଁରେ କୌଣସି ମାତୃତ୍ବ ହସ୍ପିଟାଲ୍‌ ନଥିବାରୁ ମହିଳା ଜଣକ ନିଜ ପିଲାକୁ ଜନ୍ମ ଦେବା ବେଳେ ମୃତ୍ୟୁ ବରଣ କରିଛନ୍ତି।

ଏହିଭଳି ଭାବେ ଦୁଇ ମାଆ ଛେଉଣ୍ଡ ପିଲାଙ୍କ ଦୁଃଖ ଶୁଣି ଅନୀତାଙ୍କ ହୃଦୟ କମ୍ପିଉଠିଲା। ସେ ଦୁଇ ପିଲାଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟର ଦାୟିତ୍ବ ବହନ କରିଛନ୍ତି। ଏହାସହ ଅନୀତା ସେହି ଦୁଇ ପରିବାରକୁ କେଉଁ ବି ପ୍ରକାରର ସହଯୋଗ ପାଇଁ ତାଙ୍କୁ କଲ୍‌ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe