‌ସୋସିଆଲ୍‌ ମିଡିଆରେ ଅଙ୍କିତାଙ୍କ ‘ବେବି ବମ୍ପ୍‌’ ଫଟୋ ଭାଇରାଲ୍‌ ହେବା ପରେ ଏପରି କହିଲେ ଅଭିନେତ୍ରୀ

Advertisment
‌ସୋସିଆଲ୍‌ ମିଡିଆରେ ଅଙ୍କିତାଙ୍କ ‘ବେବି ବମ୍ପ୍‌’ ଫଟୋ ଭାଇରାଲ୍‌ ହେବା ପରେ ଏପରି କହିଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ୍‌ ୨୦୨୧ ମସିହା ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ‌ହୋଇଥିଲେ। ସେ ଦୁହେଁ ବିବାହ ପରଠାରୁ ସେମାନଙ୍କର ଅନେକ ରୋମାଣ୍ଟିକ୍‌ ଫଟୋ ସୋସିଆଲ୍‌ ମିିଡିଆରେ ସେୟାର୍‌ କରିଛନ୍ତି। ସେମାନଙ୍କ ରୋମାଣ୍ଟିକ୍‌ ଫଟୋଗୁଡ଼ିକୁ ବି ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି।

ନିକଟରେ ଅଙ୍କିତା ଗର୍ଭବତୀ ଅଛନ୍ତି ବୋଲ ସୋସିଆଲ୍‌ ମିଡିଆରେ ଖବର ଦେଖିବାକୁ ମିଳୁଥିଲା। ଅଙ୍କିତାଙ୍କ ନକଲି ‘ବେବି ବମ୍ପ୍‌’ର ଅନେକଗୁଡ଼ିଏ ଫଟୋ ଭାଇରାଲ୍‌ ହୋଇଥିଲା। ଏବେ ସେହି ସଂପର୍କରେ ନିଜର ନୀରବତା ଭଙ୍ଗ କରିଛନ୍ତି ଅଭିନେତ୍ରୀ।

ଅଙ୍କିତା ‘ଇଟାଇମ୍ସ’କୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘‌‘ମୋତେ ଭାରି ମଜା ଲାଗୁଛି ଏହା ଭାବିକି ଯେ ସତରେ ଏ ଲୋକମାନଙ୍କର କିଛି କାମଧନ୍ଦା ନାହିଁ। ମୋତେ ଲାଗେ ଯେ ମିଡିଆରେ ଏପରି ଚାଲିଥାଏ। ଏହା ମୋତେ କୌଣସି ମତେ ପ୍ରଭାବ ପକାଉନାହିଁ। ଏଭଳି ଗୁଜବକୁ ମୁଁ ଆଦୌ ଖାତିର କରୁନାହିଁ। ଅତୀତରେ ବି ମୁଁ ଏ ଧରଣର ଅନେକ ମିମ୍‌ ଦେଖିଛି। ଏପରିକି ମୋ ବେବି ବମ୍ପ୍‌ର ଫଟୋ ୟୁଟ୍ୟୁବ୍‌ ଓ ସୋସିଆଲ୍‌ ମିଡିଆରେ ଅଛି। ମୁଁ ଏସବୁକୁ ଆଦୌ ଖାତିର କରୁନି।’’

୨୦୧୯ ମସିହାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ‘ମଣିକର୍ଣ୍ଣିକା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମାତୃତ୍ବ ପାଇଁ ଯୋଜନା କରିନାହାନ୍ତି। ତେବେ ଯଦି ଭଗବାନ ଚାହାଁନ୍ତି, ତେବେ କେହି ଅଟକି ପାରିବେ ନାହିଁ। ଅଗକୁ ଅଙ୍କିତା ଓ ଭିକିଙ୍କୁ ସଲ୍‌ମାନଙ୍କ ସୋ’ ‘ବିଗ୍‌ବସ୍‌-୧୭’ରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe