Zee News
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଅତୀତରେ ସୁଶାନ୍ତଙ୍କ ସହ ପ୍ରେମ ସଂପର୍କରେ ଥିବା ଅଙ୍କିତା ତାଙ୍କ ମୃତ୍ୟୁ ପରେ ବେଶ୍ ଭାଙ୍ଗି ପଡ଼ିଥିଲେ। ସୁଶାନ୍ତଙ୍କ ମୃତ୍ୟୁକୁ ୟା ମଧ୍ୟରେ ଅନେକ ମାସ ବିତିଗଲାଣି। ଧୀରେ ଧୀରେ ନିଜକୁ ସ୍ବାଭାବିକ କରିଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା।
ନିକଟରେ ଅଙ୍କିତାଙ୍କର କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଗୁଡ଼ିକରେ ଅଙ୍କିତା ବେଶ୍ ଖୁସି ଥିବାର ଦେଖିବାକୁ ମିଳିଛି। ସେ ଏକ୍ଦମ ଜଲି ମୁଡ୍ରେ ନାଚୁଥିବାର ଭିଡିଓ ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ୨ଟି ଭିଡିଓରେ ଅଙ୍କିତା ଦୁଇ କୁନି ପିଲାଙ୍କୁ ଧରି ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ଅଭିନେତ୍ରୀ ଅଙ୍କିତା ଜି ରିସ୍ତେ ଆୱାର୍ଡରେ ସୁଶାନ୍ତଙ୍କର ଏକ ଗୀତରେ ନୃତ୍ୟ ପ୍ରଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୁଶାନ୍ତଙ୍କ ଅଭିନୀତ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଏମ୍ ଏସ୍ ଧୋନି:ଦ ଅନ୍ଟୋଲ୍ଡ ଷ୍ଟୋରି’ର ଏକ ଗୀତର ମ୍ୟୁଜିକ୍ରେ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଅଙ୍କିତା। ଆପଣ ଜାଣିଥିବେ ନିଶ୍ଚୟ ଯେ ସୁଶାନ୍ତ ଓ ଅଙ୍କିତା ପରସ୍ପରଙ୍କୁ ୬ ବର୍ଷ ଧରି ଡେଟିଂ କରିବା ପରେ ଶେଷରେ ୨୦୧୬ ମସିହାରେ ସେମାନଙ୍କର ବିଚ୍ଛେଦ ହୋଇଥିଲା।
Follow Us