Celebrity Tadka
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଧୀରେ ଗମ୍ଭୀର ହେବାରେ ଲାଗିଛି। ସିବିଆଇ ଏହି ମାମଲାର ସମାଧାନ ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ରିୟା ଚକ୍ରବର୍ତ୍ତୀ ଏକ ପୋର୍ଟାଲକୁ ସାକ୍ଷାତକାରରେ ସୁଶାନ୍ତ ସିଂ ରାଜପୁତ କ୍ଲାଷ୍ଟ୍ରୋଫୋବିୟା ରୋଗରେ ପୀଡିତ ଥିଲେ। ସେ ବିମାନରେ ବସିବା ପୂର୍ବରୁ ଔଷଧ ଖାଉଥିଲେ ବୋଲି କହିଛନ୍ତି। ରିୟାଙ୍କ ଏଭଳି ବୟାନ ଶୁଣିବା ପରେ ସୁଶାନ୍ତଙ୍କ ପୁରୁଣା ବନ୍ଧୁ ତଥା ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ରିୟାଙ୍କ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି।
News18.comଅଙ୍କିତା ଲୋଖଣ୍ଡେ କାହାରି ନାମ ନ ନେଇ ଏକ ଭିଡିଓକୁ ଟୁଇଟରରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହା କ’ଣ କ୍ଲାଷ୍ଟ୍ରୋଫୋବିୟା ହୋଇପାରେ କି? ତୁମେ ସବୁବେଳେ ଉଡ଼ିବାକୁ ଚାହୁଁଥିଲ ଏବଂ ତୁମେ ଏହା କରିଛ। ଆମେ ସମସ୍ତେ ତୁମ ପାଇଁ ଗର୍ବିତ।’
କ୍ଲାଷ୍ଟ୍ରୋଫୋବିୟା ହେଉଛି ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ଭିଡ଼ରେ ଫସିବା, ଲିଫ୍ଟରେ ଅଧିକା ଭିଡ଼ ହେଲେ କିମ୍ବା ଝରକା ନଥିବା କୋଠରୀରେ ରହିବାକୁ ଭୟ କରିବା ସହିତ ବିଚଳିତ ହୋଇପଡ଼ି ଥାଆନ୍ତି।
ତେବେ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ବିମାନ ଚଲାଉଥିବା ଭିଡିଓ ପୋଷ୍ଟ କରି ରିୟାଙ୍କ ଏଭଳି ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛନ୍ତି। କାରଣ ଏହି ଭିଡିଓକୁ ଦେଖି ପ୍ରଶ୍ନ ଉଠୁଛି କି ଜଣେ ଯଦି ବିମାନରେ ଚଢ଼ିବା ପୂର୍ବରୁ ଔଷଧ ସେବନ କରୁଥିଲେ, ସେ ନିଜେ ପୁଣି ଅତି ଉତ୍ସାହର ସହ କିପରି ବିମାନ ଉଡ଼ାଉଛନ୍ତି? ରିୟାଙ୍କ ଆଉ ଏକ ମିଛକୁ ଅଙ୍କିତା ଜନତାଙ୍କ ସାମ୍ନାକୁ ଆଣିଛନ୍ତି।
Follow Us