ସୁଶାନ୍ତଙ୍କୁ ମନେ ପକାଇ ଅଙ୍କିତା ଲେଖିଲେ ଏପରି ଭାବପ୍ରବଣତା ଭରା ପୋଷ୍ଟ୍‌

Advertisment
ସୁଶାନ୍ତଙ୍କୁ ମନେ ପକାଇ ଅଙ୍କିତା ଲେଖିଲେ ଏପରି ଭାବପ୍ରବଣତା ଭରା ପୋଷ୍ଟ୍‌

India Today

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୩ ମାସ ହୋଇଗଲାଣି। ଏହି ତିନି ମାସ ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଅନେକ ଖୋଳତାଡ ଲାଗି ରହିଛି। ଆପଣମାନେ ଜାଣିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତା ତଥା ତାଙ୍କ ପ୍ରେମକା ରିୟା ଚକ୍ରବର୍ତ୍ତୀ ଏବେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଜେଲ୍‌‌ରେ ରହିଛନ୍ତି।

ନାର୍କୋଟିକ୍ସ ଡ୍ରଗ୍ସ ବ୍ୟୁରୋ(ଏନ୍‌ସିବି) ଲଗାତର ୩ ଥର ପଚରାଉଚରା କରିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଶୁକ୍ରବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ରିୟା ଏବଂ ତାଙ୍କ ଭାଇ ସୌଭିକ୍‌ଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ରିୟା ନ୍ୟାୟିକ ହେପାଜତରେ ଅଛନ୍ତି।

ତେବେ, ଏପଟେ ସୁଶାନ୍ତଙ୍କୁ ଭୁଲି ପାରୁ ନାହାନ୍ତି ତାଙ୍କ ପ୍ରଥମ ପ୍ରେମିକା ଅଙ୍କିତା ଲେ‌ାଖଣ୍ଡେ। ସେ କିଛି ଦିନ ଅନ୍ତରରେ ସୁଶାନ୍ତଙ୍କୁ ନେଇ କିଛି କିଛି ସୋସିଆଲ୍‌ ମିଡିଆ ପ‌ୋଷ୍ଟ୍‌ କରିବାରେ ଲାଗିଛନ୍ତି। ନିକଟରେ ସେ ସୁଶାନ୍ତଙ୍କୁ ମନେ ପକାଇ ଲେଖିଛନ୍ତି, ‘ସମୟ ଦ୍ରୁତ ଗତିରେ ଗଡ଼ିଯାଏ। ଜୀବନ ନିଜ ଗତିରେ ଚାଲିଥାଏ । ଆମ ପ୍ରିୟ ଲୋକଙ୍କୁ ନେଇ ଥିବା କିଛି କିଛି ସ୍ମୃତି କେବେ ବି ଭୁଲି ହୁଏ ନାହିଁ। ତୁମେ ସବୁବେଳେ ଆମ ଚିନ୍ତାଧାରାରେ ରହିବ ସୁଶାନ୍ତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe