ଅସୁନ୍ଦର ବୋଲି ପ୍ରିୟଙ୍କା ଚୁମ୍ବନ ଦେଲେନି; ଏଭଳି କହି ଚର୍ଚ୍ଚାରେ ଅନ୍ନୁ କପୁର

Advertisment

ବରିଷ୍ଠ ଅଭିନେତା ଅନ୍ନୁ କପୁର ନିଜର ବକ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି | ବର୍ତ୍ତମାନ ଫିଲ୍ମ '୭ ଖୁନ୍ ମାଫ୍'ରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଚୁମ୍ବନ ସମ୍ପର୍କରେ କହି ଚର୍ଚ୍ଚାକୁ ଆସିଛନ୍ତି ଅନ୍ନୁ।

ବରିଷ୍ଠ ଅଭିନେତା ଅନ୍ନୁ କପୁର ନିଜର ବକ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି | ବର୍ତ୍ତମାନ ଫିଲ୍ମ '୭ ଖୁନ୍ ମାଫ୍'ରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଚୁମ୍ବନ ସମ୍ପର୍କରେ କହି ଚର୍ଚ୍ଚାକୁ ଆସିଛନ୍ତି ଅନ୍ନୁ।

annu

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଅନ୍ନ କପୁର ନିଜର ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାକୁ ଆସନ୍ତି। ସେ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ବୟାନ ଦେବାକୁ  ପସନ୍ଦ କରନ୍ତି | ନିକଟରେ ଅନ୍ନ କପୁର, ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ଏପରି କିଛି ବିବୃତି ଦେଇଛନ୍ତି, ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଦୁହେଁ ଫିଲ୍ମ ‘୭ଖୁନ୍ ମାଫ୍’ରେ କାମ କରିଥିଲେ। ଅନ୍ନୁ କପୁର କହିଛନ୍ତି ଯେ, ସେ ଜଣେ ହିରୋ ନୁହଁନ୍ତି, ସେଥିପାଇଁ ପ୍ରିୟଙ୍କା ଚୋପ୍ରା ତାଙ୍କୁ ଫିଲ୍ମରେ ଚୁମ୍ବନ ଦେବାକୁ ମନା କରିଦେଇଥିଲେ। ଅନ୍ନୁ କପୁରଙ୍କ ଏହି ସାକ୍ଷାତକାରର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଅନ୍ନୁ କପୁର ନ୍ୟୁଜ୍ ଏଜେନ୍ସି ଏଏନଆଇର ପୋଡକାଷ୍ଟରେ କହିଛନ୍ତି ଯେ, 'ଦେଶଭକ୍ତି କେବଳ ଏକ ଅତର ନୁହେଁ ଯାହାକୁ ଆପଣ କୌଣସି କାର୍ଯ୍ୟକ୍ରମ କିମ୍ବା ବିବାହକୁ ଯିବାବେଳେ ଲଗାଇ ଚାଲିଯିବେ। ଦେଶପ୍ରେମ ହେଉଛି ଏଭଳି ଏକ ଜିନିଷ ଯାହା ଆପଣଙ୍କ ଶରୀରର ଧମନୀରେ ୨୪ଘଣ୍ଟା ପ୍ରବାହିତ ହୁଏ । ମୋ ପତ୍ନୀ ଆମେରିକୀୟ। କିନ୍ତୁ ମୁଁ ଗ୍ରୀନ କାର୍ଡ କିମ୍ବା ଆମେରିକାର ନାଗରିକତ୍ୱ ପାଇଁ ଆବେଦନ କରି ନାହିଁ। ମୁଁ ମରିଯିବି କିନ୍ତୁ ଆମେରିକାର ପାସପୋର୍ଟ କରିବି ନାହିଁ। ''

ଏହା ପରେ ପୋଡକାଷ୍ଟରେ ଅନ୍ନୁ କପୁରଙ୍କୁ ପଚରାଯାଇଥିଲା ଯେ, ସେ ଟିଭି ଓ ଚଳଚ୍ଚିତ୍ର ମଧ୍ୟରୁ କାହାକୁ ଅଧିକ ପସନ୍ଦ କରନ୍ତି? ଏହାର ଉତ୍ତରରେ ଅଭିନେତା କହିଥିଲେ ଯେ 'ଯେଉଁଠାରେ ଅଧିକ ଟଙ୍କା ମିଳେ, ସେଠାରେ ମଜା ଲାଗେ'। ଏହା ପରେ ଅନ୍ନୁ କପୁର ଫିଲ୍ମ '୭ ଖୁନ୍ ମାଫ୍'ରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ବିଷୟରେ କହିଥିଲେ। ସେ କହିଥିଲେ, 'ଖବର ଆସିଥିଲା ​​ଯେ ପ୍ରିୟଙ୍କା ଚୋପ୍ରା ଫିଲ୍ମରେ ଅନ୍ନୁ କପୁରଙ୍କୁ ଚୁମ୍ବନ ଦେବାକୁ ମନା କରିଦେଇଥିଲେ। ଯଦି ମୁଁ ଜଣେ ହିରୋ ହୋଇଥାଆନ୍ତି ତେବେ ପ୍ରିୟଙ୍କା ଚୋପ୍ରାଙ୍କର କୌଣସି ଆପତ୍ତି ନଥାନ୍ତା। ନା ମୁଁ ସୁନ୍ଦର, ନା ମୁଁ ହିରୋ, ମୋତେ ସେ କାହିଁକି ଚୁମ୍ବନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe