ମୁମ୍ବାଇ: କଙ୍ଗନା କିଏ? ସେ ସୁନ୍ଦର କି? ଏଭଳି ବୟାନ ଦେଇ ବିବାଦରେ ବଲିଉଡ ଅଭିନେତା ଅନ୍ନୁ କପୁର। ନିକଟରେ ନିଜ ଫିଲ୍ମର ପ୍ରଚାର ସମୟରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କଙ୍ଗନା ରାନାୱତଙ୍କୁ ଚିହ୍ନିନଥିବା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନାଙ୍କୁ ଜଣେ ମହିଳା ସୁରକ୍ଷାକର୍ମୀ ଚାପୁଡ଼ା ମାରିବା ଘଟଣା ସମ୍ପର୍କରେ ଅନ୍ନୁ କପୁରଙ୍କୁ ପ୍ରତିକ୍ରିୟା ମଗା ଯାଇଥିଲା। ଉତ୍ତରରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ କଙ୍ଗନା ରାନାୱତଙ୍କୁ ଜାଣି ନାହାଁନ୍ତି। ଏହାକୁ ନେଇ କଙ୍ଗନା ତାଙ୍କୁ ଟାର୍ଗେଟ କରିବାରୁ ଏବେ ସେ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି।
ଏକ୍ସରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, ପ୍ରିୟ ଭଉଣୀ କଙ୍ଗନା ଗଣମାଧ୍ୟମ ପଚାରିଥିବା କିଛି ପ୍ରଶ୍ନର ମୁଁ ଦେଇଥିବା ଉତ୍ତରକୁ ଅର୍ଥ ବୁଝିପାରିନାହାନ୍ତି। ତେଣୁ ମୁଁ ସ୍ପଷ୍ଟ କରିବାକୁ ଚିନ୍ତା କଲି। ପ୍ରଥମ କଥା ହେଲା, ମୋ ପାଇଁ ପ୍ରତ୍ୟେକ ମହିଳା ଆଦରଣୀୟ। ତେଣୁ ମୁଁ କୌଣସି ମହିଳାଙ୍କୁ ଅସମ୍ମାନ କରେ ନାହିଁ। ମୁଁ ଫିଲ୍ମ, ଓଟିଟି, ନିଉଜ୍ କିଛି ବି ଦେଖେ ନାହିଁ। ଆପଣ ମୋତେ ଏଥିପାଇଁ ମୂର୍ଖ କହିପାରିବେ। ହେଲେ ମୂର୍ଖ ହେବା ଅପରାଧ ନୁହେଁ। କୌଣସି ଦେଶର ବ୍ୟବସ୍ଥା କିମ୍ବା ନିୟମ ନଜାଣିବା ଭୁଲ ଏବଂ ଦଣ୍ଡର କାରଣ ହୋଇପାରେ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ କିମ୍ବା ଜିନିଷ ନଜାଣିବା ଅପରାଧ ନୁହେଁ। ତେଣୁ, ସମ୍ମାନନୀୟ ଭଉଣୀ, ମୁଁ ଆପଣଙ୍କୁ ଜାଣେ ନାହିଁ। ତେଣୁ ଆପଣ ଏହାକୁ ମହିଳା ସମ୍ମାନର ଅସମ୍ମାନ ବୋଲି କହିବା ବନ୍ଦ କରନ୍ତୁ। ତଥାପି ଯଦି ତୁମକୁ ଖରାପ ଲାଗିଛି ତେବେ ମୁଁ କ୍ଷମା ମାଗୁଛି।”
ଉଲ୍ଲେଖଯୋଗ୍ୟ, ଅନ୍ନୁଙ୍କ ବୟାନର ଭିଡିଓ ସେୟାର କରି କଙ୍ଗନା ଲେଖିଥିଲେ, “ଆପଣ ଅନ୍ନୁ କପୁରଜୀଙ୍କ ସହ ସହମତ କି ଯେ ଆମେ ଜଣେ ସଫଳ ମହିଳାଙ୍କୁ ଘୃଣା କରୁ। ଯଦି ସେ ସୁନ୍ଦର ତେବେ ତାଙ୍କୁ ଅଧିକ ଘୃଣା କରୁ ଏବଂ ଯଦି ସେ ସୁନ୍ଦର ଓ ଶକ୍ତିଶାଳୀ ତେବେ ତାଙ୍କୁ ଆହୁରି ଅଧିକ ଘୃଣା କରୁ? ଏହା ସତ କି? ” ତାଙ୍କର ଏଭଳି ପ୍ରତିକ୍ରିୟାର ଜବାବ ଅନ୍ନୁ ମଲିକ୍ ଦେଇଥିବା କୁହାଯାଉଛି।
/sambad/media/post_attachments/8ec2bab5bc292ba293fad2c66ee3061ddb465b4bd355f5be7cc87e02dee402b4.jpg)
Follow Us