ଏହି କାରଣରୁ ନାୟିକା ଅନୁ ଚୌଧୁରୀ ଏବଂ ତାଙ୍କର ପ୍ରଶଂସକଙ୍କ ପାଇଁ ୨୦୧୯ ସ୍ମରଣୀୟ ହୋଇ ରହିବ

ଅନୁ, ନମ୍ରତା, ଲଭଲି ଓ ଅନନ୍ୟାଙ୍କ ପରେ ଏବେ ଜୀନାଙ୍କ ପାଳି

ଭୁବନେଶ୍ବର: ଏ ବର୍ଷ ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ରୁପେଲି ପରଦାରେ ପୁଣି ନିଜର ଜଲୱା ଦେଖାଇଛନ୍ତି। ଗତବର୍ଷ ଆଦୌ ବଡ଼ ପରଦାରେ ନଜର ଆସି ନ ଥିଲେ ଅନୁ। ହେଲେ ଏ ବର୍ଷ ଦର୍ଶକ ତାଙ୍କୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ତିନିଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି।

publive-image

ଏଥିମଧ୍ୟରୁ ପ୍ରଥମ ସିନେମାଟି ହେଲା ‘ନାୟକର ନାଆଁ ଦେବଦାସ’, ଦ୍ବିତୀୟଟି ହେଲା ‘ତୁ ମୋ’ ଲଭ ଷ୍ଟୋରି୨’ ଏବଂ ଅନ୍ୟଟି ହେଲା ‘ଛବିରାଣୀ’। ‘ନାୟକର ନାଆଁ ଦେବଦାସ’ରେ ଅନୁଙ୍କୁ ଦର୍ଶକ ଚନ୍ଦ୍ରମୁଖୀ ଚରିତ୍ରରେ ଦେଖିବାକୁ ପାଇଥିଲେ। ଏଥିରେ ଅସିତ ଓ ଭୂମିକା ବି ଥିଲେ ମୁଖ୍ୟ ଭୂମିକାରେ । ଅନ୍ୟପକ୍ଷରେ ‘ଛବିରାଣୀ’ରେ ତାଙ୍କ ଅଭିନୀତ ଚରିତ୍ରଟି ହେଲା ଜଣେ ପୁଲିସ ଅଧିକାରୀଙ୍କର ପତ୍ନୀ। ଏହି ଚଳଚ୍ଚିତ୍ରରେ ଅନୁ ଚୌଧୁରୀଙ୍କ ଭୂମିକା ବେଶ୍ ଦମଦାର ଥିଲା। ‘ତୁ ମୋ’ ଲଭ ଷ୍ଟୋରି୨’ରେ ରୋମାଣ୍ଟିକ ରୋଲରେ ନଜର ଆସିଥିଲେ ଅନୁ। ଏହି ଦୁଇଟିରେ ତାଙ୍କର ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର।

ଉପରୋକ୍ତ ତିନିଟି ସିନେମାରେ ତାଙ୍କୁ ଭିନ୍ନ ଭିନ୍ନ ଭୂମକାରେ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ଜି ସାର୍ଥକ ଚାନେଲରେ ପ୍ରସାରିତ ଏହି ନୂଆ ପ୍ରତିଭା ସନ୍ଧାନମୂଳକ ସୋ’  ‘ଓଡ଼ିଶାର ବେଷ୍ଟ ସିନେଷ୍ଟାରର ଖୋଜ’ରେ ଅନୁ ଚୌଧୁରୀ ଜଜ୍‌ ବନିଥିଲେ। ଏଣୁ ୨୦୧୯ ବର୍ଷଟି ଅନୁ ଏବଂ ତାଙ୍କର ପ୍ରଶଂସକଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ସୂଚନାଯୋଗ୍ୟ, ଅନୁ ଚୌଧୁରୀ ଏବର୍ଷ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe