ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ

Advertisment
ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ

Stars Fact

ଓଲିଉଡ଼୍‍ର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ। ସେ ତାଙ୍କର ଦୀର୍ଘ ଦିନର କ୍ୟାରିୟର୍‌ରେ ଅଧିକାଂଶ ଟପ୍‌ ଅଭିନେତାଙ୍କ ସହିତ ସ୍କ୍ରିନ୍‌ ସେୟାର୍‌ କରିଛନ୍ତି। ଅନୁ ତାଙ୍କର ପ୍ରଥମ ସିନେମା ‘ମା ଗୋଜବାୟାଣୀ’ରେ ତାଙ୍କଠାରୁ ଢ଼େର ଅଭିଜ୍ଞ ଅଭିନେତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହି ଅଭିନେତା ଜଣକ ହେଲେ ମନୋଜ ପଣ୍ଡା। ତେବେ ଅନୁଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ ବିପକ୍ଷରେ ନାୟିକା ଭାବେ ସବୁଠାରୁ ବେଶି ସିନେମାରେଦେଖିବାକୁ ମିଳିଛି।

ଅନୁ ଚୌଧୁରୀ ତାଙ୍କଠାରୁ ବୟସରେ ସାନ କେତେକ ଅଭିନେତାଙ୍କ ସହିତ ମଧ୍ୟ ଅନ୍‌ସ୍କ୍ରିନ୍‌ରେ ରୋମାନ୍‌ସ କରିବାର ଦେଖା ଯାଇଛନ୍ତି। ଏହି ତାଲିକାରେ ଏବେ ସାମିଲ୍‌ ହୋଇଛନ୍ତି ନବାଗତ ନାୟକ ଅସିତ୍‌। ଅସିତ୍‌ ଏବେ ଅନୁଙ୍କ ସହିତ ଯେଉଁ ଫିଲ୍ମରେ ସ୍କ୍ରିନ୍‌ ସେଆର୍‌ କରୁଛନ୍ତି ,ତାହାର ଟାଇଟଲ୍‌ ରହିଛି ‘ନାୟକର ନାଆଁ ଦେବଦାସ’। ଏଥିରେ ଅସିତ ଦେବଦାସ ଭୂମିକାରେ ନଜର ଆସୁଥିବା ବେଳେ ଅନୁ ଅଛନ୍ତି ଚନ୍ଦ୍ରମୁଖୀ ଚରିତ୍ରରେ।

publive-image follo.lk

ପ୍ରାପ୍ତ ସୂଚନା ଅନୂଯାୟୀ, ଇତିମଧ୍ୟରେ ଅସିତ୍‌ ଏବଂ ଅନୁଙ୍କ ଉପରେ ଆଧାରିତ ଏକ ରୋମାଣ୍ଟିକ୍‌ ଗୀତର ପ୍ରସ୍ତୁତି ଶେଷ ହୋଇଛି। ଏହି ସିନେମାରେ ଅନୁ ଏବଂ ଅସିତ୍‌ଙ୍କ ବ୍ୟତୀତ ମୁଖ୍ୟ କଳାକର ଭାବେ ନଜର ଆସୁଛନ୍ତି ଭୂମିକା ଦାଶ,ବିଜୟ ମହାନ୍ତି,ଅପରାଜିତା ଓ ବବି ମିଶ୍ର । ଏହାର ନିର୍ଦ୍ଦେଶକ ହେଉଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ଏହାର ସଂଳାପ ଦେବୀ ଦତ୍ତ ମହାନ୍ତି ଲେଖିଥିବା ବେଳେବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe