ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ !

Advertisment
ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ !

ଭୁବନେଶ୍ୱର: ଓଲିଉଡ଼୍‍ର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ। ସେ ତାଙ୍କର ଦୀର୍ଘ କ୍ୟାରିଅର୍‌ରେ ଅଧିକାଂଶ ଟପ୍‌ ହିରୋଙ୍କ ସହିତ ସ୍କ୍ରିନ୍‌ ସେଆର୍‌ କରିଛନ୍ତି।

ଅନୁ ତାଙ୍କର ପ୍ରଥମ ସିନେମା ‘ମା ଗୋଜବାୟାଣୀ’ରେ ତାଙ୍କଠାରୁ ଢ଼େର ବଡ଼ ଅଭିନେତାଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏହି ଅଭିନେତା ଜଣକ ହେଲେ ମନୋଜ ପଣ୍ଡା। ଅନୁ ସିଦ୍ଧାନ୍ତଙ୍କ ନାୟିକା ଭାବେ ସବୁଠାରୁ ବେଶି ସିନେମାରେ ନଜର ଆସିଛନ୍ତି।

publive-image

ଅନୁ ଚୌଧୁରୀ ତାଙ୍କଠାରୁ ବୟସରେ ସାନ କେତେକ ନାୟକଙ୍କ ସହିତ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିଛନ୍ତି। ଏହି ତାଲିକାରେ ଏବେ ସାମିଲ୍‌ ହୋଇଛନ୍ତି ଅଳ୍ପ ପରିଚିତ ନାୟକ ଅସିତ୍‌। ଅସିତ୍‌ ଏବେ ଅନୁଙ୍କ ସହିତ ଯେଉଁ ଫିଲ୍ମରେ ସ୍କ୍ରିନ୍‌ ସେଆର୍‌ କରୁଛନ୍ତି ,ତାହାର ଟାଇଟଲ୍‌ ହେଲା ‘ନାୟକର ନାଆଁ ଦେବଦାସ’ ।ଏଥିରେ ଅସିତ ଅଛନ୍ତି ଦେବଦାସ ଭୂମିକାରେ ଓ ଅନୁ ଅଛନ୍ତି ଚନ୍ଦ୍ରମୁଖୀ ଚରିତ୍ରରେ।

ପ୍ରାପ୍ତ ସୂଚନା ଅନୂଯାୟୀ, ଇତିମଧ୍ୟରେ ଅସିତ୍‌ ଏବଂ ଅନୁଙ୍କ ଉପରେ ଏକ ରୋମାଣ୍ଟିକ୍‌ ଗୀତ ପିକ୍‌ଚରାଇଜ୍‌ ହୋଇଯାଇଛି। ‘ନାୟକର ନାଆଁ ଦେବଦାସ’ ସିନେମାରେ ଅନ୍ୟ ପ୍ରମୁଖ କଳାକାର ମାନେ ହେଲେ ଭୂମିକା ଦାଶ,ବିଜୟ ମହାନ୍ତି,ଅପରାଜିତା ଓ ବବି ମିଶ୍ର ପ୍ରମୁଖ। ଏହାର ନିର୍ଦ୍ଦେଶକ ହେଉଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)।ଏହାର ସଂଳାପ ଦେବୀଦତ୍ତ ମହାନ୍ତି ଲେଖିଥିବାବେଳେ,ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe