ଜଣେ ଜଣାଶୁଣା ପ୍ରଯୋଜକଙ୍କ ସବୁ ଫିଲ୍ମରେ ନାୟିକା ସାଜିଛନ୍ତି ଅନୁ ଚୌଧୁରୀ

Advertisment

ବିଶେଷ: ଶିବଶଙ୍କର ଓଝା

ବିଶେଷ: ଶିବଶଙ୍କର ଓଝା

ଜଣେ ଜଣାଶୁଣା ପ୍ରଯୋଜକଙ୍କ ସବୁ ଫିଲ୍ମରେ ନାୟିକା ସାଜିଛନ୍ତି ଅନୁ ଚୌଧୁରୀ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଇତି ମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି। ଏହି ସମୟ ଭିତରେ ସେ ଓଲିଉଡର କେତେକ ଜଣାଶୁଣା ପ୍ରଯୋଜକଙ୍କ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ସେ ଜଣେ ନିର୍ମାତାଙ୍କ ସବୁ ସିନେମାରେ ଅଭିନୟ କରିଛନ୍ତି।

ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’  । ଏହି ଫିଲ୍ମର ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହାଛଡ଼ା କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଅନୁ ଚୌଧୁରୀଙ୍କ ଅଭିନୀତ ଏହି ସିନେମା ସୁପରଡୁପରହିଟ୍‌ ହୋଇଥିଲା।   ‘ମା’ ଗୋଜବାୟାଣୀ’ପରେ ନିର୍ମାତା ସନକ ଦେବତା ନିର୍ମାଣ କରିଲେ ‘ମା’ ଓ ମମତା’। ଏଥିରେ ବି ଅନୁଙ୍କୁ ନେଇଥିଲେ ସନକ। ଏଥିରେ ସିଦ୍ଧାନ୍ତ, ମିହିର ଦାସ ଓ ଅନୁଶ୍ରୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

publive-image

‘ମା ଓ ମମତା’ ପରେ ପ୍ରଯୋଜକ ସହ ନିର୍ଦ୍ଦେଶକ ବନିଥିଲେ ସନକ ଦେବତା। ସେ ନିର୍ମାଣ କରିଲେ  ‘ପୁଅ ମୋର ଜଗତଜିତା’। ଏହାର ଚିତ୍ରନାଟ୍ୟ ଲେଖିଥିଲେ ଡ଼ ସୁବୋଧ ପଟ୍ଟନାୟକ ଏବଂ ପ୍ରଥମ କରି ସିନେମାରେ ସଂଳାପ ଲେଖିଥିଲେ ଦିଲୀପ ଚୌଧୁରୀ। ‘ପୁଅ ମୋର ଜଗତଜିତା’ର ସଙ୍ଗୀତକାର ଥିଲେ ଅକ୍ଷୟ ମହାନ୍ତି।  ଏହି ସିନେମାରେ କିନ୍ତୁ ପ୍ରଯୋଜକ-ନିର୍ଦ୍ଦେଶକ ସନକ ଦେବତା ଅନୁ ଚୌଧୁରୀଙ୍କୁ ନାୟିକାଭାବେ ପ୍ରଥମେ ନେଇ ନଥିଲେ।  ସେ ମନୋନୀତ କରିଥିଲେ  ସେସମୟର ଉଦୀୟମାନ ମଡେଲ ରେଖା ଜୈନ୍‌ଙ୍କୁ।

ରେଖା ଜୈନ୍‌ ‘ପୁଅ ମୋର ଜଗତଜିତା’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ। ‘ପୁଅ ମୋର ଜଗତଜିତା’ର ସୁଟିଂ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ରେଖା ଏକ ସଡ଼କ  ଦୁର୍ଘଟଣାର ଶିକାର ହୋଇଥିଲେ। ସେହି ଦୁର୍ଘଟଣାରେ ରେଖାଙ୍କର ଅବସ୍ଥା  ଦେଖି ପ୍ରଯୋଜକ-ନିର୍ଦ୍ଦେଶକ ସନକ ଦେବତା ନାୟିକାଙ୍କୁ ବଦଳାଇବାକୁ ବାଧ୍ୟ ହୋଇଥିଲେ।

ଏହାପରେ ସନକ ଅନୁଙ୍କୁ ‘ପୁଅ ମୋର ଜଗତଜିତା’ରେ ନାୟିକା ଭୂମିକା ଲାଗି ଅଫର୍‌ ଦେଲେ। ଅନୁ ବି ମନା କରିଲେ ନାହିଁ। ଏଥିରେ ବି ସିଦ୍ଧାନ୍ତଙ୍କ ବିପକ୍ଷରେ ଅଭିନୟ ନେଇଥିଲେ  ଅନୁ ଚୌଧୁରୀ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅପରାଜିତା ଓ ଅଶ୍ରୁମୋଚନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।  ‘ପୁଅ ମୋର ଜଗତଜିତା’ ପରେ ସନକ ଦେବତା ଅନ୍ୟ କୌଣସି ସିନେମା ନିର୍ମାଣ କରିନାହାନ୍ତି। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଅନୁ ଚୌଧୁରୀ ପ୍ରଯୋଜକ ସନକ ଦେବତାଙ୍କ ସବୁ ସିନେମାରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe