Advertisment

ଏହି ଓଲିଉଡ଼୍‍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା

Advertisment
ଏହି ଓଲିଉଡ଼୍‍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା

ସିନେମାରେ ଯେତେବେଳେ ଜଣେ ନାୟିକା କ୍ୟାରିଅର୍‌ କରନ୍ତି,ସାଧାରଣତଃ ତାଙ୍କୁ ମିଳିଥାଏ ଜଣେ ଅବିବାହିତା ଯୁବତୀ ବା କଲେଜ୍‌ ପଢ଼ୁଆ ଝିଅର ଭୂମିକା। ଏହି ଧରଣର ଚରିତ୍ର ଅଧିକାଂଶ ନାୟିକାଙ୍କୁ ମିଳିଥାଏ,ହେଲେ ବେଳେବେଳେ ଏମିତି ବି ଘଟିଛି ଯେ ନବାଗତା ନାୟିକା ତାଙ୍କ ଅଭିନୀତ ଡ଼େବ୍ୟୁ ଫିଲ୍ମରେ ବିବାହିତା ମହିଳାର ଚରିତ୍ର ନିଭାଇଥାଆନ୍ତି ବଡ଼ ପରଦାରେ।

ଏହି ଭଳି କିଛି ଘଟିଥିଲା ଓଲିଉଡ଼୍‍ର ନାମୀ ନାୟିକା ଅନୁ ଚୌଧୁରୀଙ୍କ କ୍ଷେତ୍ରରେ। ଅନୁ ‘ବଧୂ ନିରୁପମା’ ସମେତ କେତୋଟିି ଓଡ଼ିଆ ଛବିରେ ଶିଶୁ କଳାକାର ଭାବେ ଅଭିନୟ କରିବା ପରେ ବଡ଼ ପରଦାରେ ନାୟିକା ଭାବେ ଡ଼େବ୍ୟୁ କରିଥିଲେ ‘ମା ଗୋଜବାୟାଣୀ’ରେ। ୧୯୯୮ରେ ମୁକ୍ତଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଅନୁ ଜଣେ ବିବାହିତା ମହିଳା ଭୂମିକା ନିଭାଇଥିଲେ। ଏହି ସିନେମାରେ ଅନୁ ଚୌଧୁରୀ ଅଭିନେତା ମନୋଜ ପଣ୍ଡାଙ୍କ ପତ୍ନୀ ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇଥିଲେ। ‘ମା ଗୋଜବାୟାଣୀଙ୍କ ମହିମା ଉପରେ ଆଧାରିତ ଏହି ସିନେମାର କାହାଣୀ କିନ୍ତୁ ସାମାଜିକ ବିଷୟବସ୍ତୁ ସମ୍ବଳିତ ଥିଲା।ଏଥିରେ ମନୋଜ ପଣ୍ଡା ଓ ଅନୁଙ୍କ ବ୍ୟତୀତ କୁନା ତ୍ରୀପାଠୀଙ୍କୁ ଦେଖିବାକୁ ମିଳିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ବୟସ ଦୃଷ୍ଟିରୁ ଅନୁ ମନୋଜଙ୍କଠୁଁ ଢ଼େର ସାନ।

ସନକ ଦେବତାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ମା ଗୋଜବାୟାଣୀ’ସୁପରହିଟ୍‌ ହେବା ପରେ ଅନୁ ଚୌଧୁରୀ ଆଉ ପଛକୁ ଫେରି ଚାହିଁ ନ ଥିଲେ। ସେ ପ୍ରାୟ ୨୦ ବର୍ଷ ଧରି ନିୟମିତ ଭାବେ ଓଲିଉଡ଼୍‍ରେ ହିରୋଇନ୍‌ ଭାବେ ପରଦାରେ ନଜର ଆସୁଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ,‘ମା ଗୋଜବାୟାଣୀ’ପରେ ଅନୁ ଚୌଧୁରୀ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’,‘ଲାଲ୍‌ ଟୁକ୍‌ ଟୁକ୍‌ ସାଧବ ବୋହୂ’,‘ସମୟ ହାତରେ ଡ଼ୋରି’ ,ଓ ‘ଶାଶୁଘର ଚାଲିଯିବି’ ଭଳି ବେଶ୍‌ କେତୋଟି ଓଡ଼ିଆ ଛବିରେ ବିବାହିତା ମହିଳା ଭୂମିକାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe