ଏଯାବତ୍ ଏତିକି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ

Advertisment
ଏଯାଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ ପାଇନାହାନ୍ତି ସବ୍ୟସାଚୀ

ଭୁବନେଶ୍ବର: ଓଲିଉଡର ଅନ୍ୟ ଲୋକପ୍ରିୟ ନାୟିକାଙ୍କ ଭଳି ଅନୁ ଚୌଧୁରୀ ବି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି, ଅନୁ ଚୌଧୁରୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଯାବତ୍ ମାତ୍ର ୪ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି।
ସୂଚନାଯୋଗ୍ୟ, ଅନୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’। ଏହି ଫିଲ୍ମର ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହାଛଡ଼ା କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଅନୁ ଚୌଧୁରୀଙ୍କ ଅଭିନୀତ ଏହି ସିନେମା ସୁପରଡୁପର ହିଟ୍ ହୋଇଥିଲା। ଏହାର ସଙ୍ଗୀତକାର ହେଲେ ସ୍ବରୂପ ନାୟକ। ‘ମା’ ଗୋଜବାୟାଣୀ’ ପରେ ଅନୁ ଆଉ ଅଟକିନାହାନ୍ତି।

publive-image

ସେ ଗତ ୨୫ ବର୍ଷ ଧରି ଓଲିଉଡରେ ସକ୍ରିୟ ଅଛନ୍ତି। ଏହି ସମୟ ଭିତରେ ଅନୁ ଓଡ଼ିଆ ସିନେଜଗତର ଅଧିକାଂଶ ଜଣାଶୁଣା ନିର୍ଦ୍ଦେଶକ ଓ ନାୟକଙ୍କ ସହ କାମ କରିଛନ୍ତି। ଅନୁ ପ୍ରଥମ ଥର ଲାଗି ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ‘ଗାରେ ସିନ୍ଦୂର ଧାରେ ଲୁହ’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ଏହାପରେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ରାଖି ବାନ୍ଧିଲି ମୋ ରଖିବ ମାନ’ରେ ଉଚ୍ଚକୋଟୀର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ତାପରେ ପ୍ରଶାନ୍ତ ନନ୍ଦଙ୍କ ‘ଓମ୍ ଶାନ୍ତି ଓମ୍’ ପାଇଁ ତାଙ୍କୁ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସେ ରାଜଶ୍ରୀ ପ୍ରଡକସନ୍ସ ଦ୍ବାରା ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଶାଶୁ ଘର ଚାଲିଯିବି’ରେ ଉଚ୍ଚକୋଟୀର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶେଷ ଥର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe