ଅସଦାଚରଣର ଅଭିଯୋଗ ପରେ ଅନୁ ମଲିକଙ୍କ ପ୍ରତିକ୍ରିୟା; ମୁଁ ଦୁଇଟି ଝିଅର ବାପା, ଏସବୁ କରିବା ବିଷୟରେ ଚିନ୍ତା କରି ପାରିବି ନାହିଁ

ଅସଦାଚରଣର ଅଭିଯୋଗ ପରେ ଅନୁ ମଲିକଙ୍କ ପ୍ରତିକ୍ରିୟା; ମୁଁ ଦୁଇଟି ଝିଅର ବାପା, ଏସବୁ କରିବା ବିଷୟରେ ଚିନ୍ତା କରି ପାରିବି ନାହିଁ

news18.com

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ନେଇ ଗତ ବର୍ଷଠାରୁ ବିବାଦ ଆରମ୍ଭ ହୋଇଛି। ତାଙ୍କ ଉପରେ ଏକାଧିକ ମହିଳା ଯୌନ ଅସଦାଚରଣର ଅଭିଯୋଗ ଆଣିବା ପରେ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ ଆଇଡୋଲରୁ ବାହାର କରି ଦିଆଯାଇଥିଲା। ଏବେ ପୁଣି ଥରେ ସେ ସୋ’ ଜଜ୍ କରିବା ପାଇଁ ଆସିବାରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ତାଙ୍କୁ ଟାର୍ଗେଟ କରିଥିଲେ। ଏତେ ସବୁ ପରେ ଏବେ ଲିଖିତ ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅନୁ ମଲିକ୍।

ଚିଠିରେ ଲେଖିଛନ୍ତି କି, ଏ ଘଟଣାକୁ ବର୍ଷେ ହୋଇ ଯାଇଥିଲେ ମଧ୍ୟ ଯେଉଁ ଅପରାଧ ମୁଁ କରି ନାହିଁ, ସେ ନେଇ ମୋ ଉପରେ ବାରମ୍ବାର ଆଙ୍ଗୁଠି ଉଠାଯାଉଛି। ମୁୁଁ ସତ ଆପେ ଆପେ ବାହାରକୁ ଆସିବ ବୋଲି ଏ ପର୍ଯ୍ୟନ୍ତ ଚୁପ୍ ଥିଲି। କିନ୍ତୁ ମୋ ଚୁପ୍ ରହିବାକୁ କିଛି ଲୋକ ମୋର ଦୁର୍ବଳତା ବୋଲି ଭାବି ନେଇଛନ୍ତି। ଏଭଳି ଭିତ୍ତିହୀନ ଆରୋପ ଲାଗିବା ପରେ ମୁଁ ଓ ମୋ ପରିବାର ମାନସିକ ଚିନ୍ତାରେ ରହି ଆସୁଛୁ। ଘଟଣା ଘଟିବା ସମୟରେ କେହି କ’ଣ ପାଇଁ ପାଟି ଫିଟାଇ ନଥିଲେ। ଏବେ ମୋର ଏକ ମାତ୍ରା ଆୟ କରିବାର ବାଟକୁ ବନ୍ଦ କରିବା ପାଇଁ ସମସ୍ତେ ଏଭଳି ଆରୋପ ଲଗାଉଛନ୍ତି। ଏ ବୟସରେ ଏଭଳି ଆରୋପର ସାମ୍ନା କରିବା ମୋ ପାଇଁ କଷ୍ଟକର ହୋଇ ପଡ଼ିଛି। ଦୁଇ ଝିଅର ବାପା ହୋଇ ଏଭଳି କରିବା ବିଷୟରେ ମୁଁ କେବେ ଚିନ୍ତା କରି ପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe