Advertisment

ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍‌ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା

Advertisment
ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍‌ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଇତି ମଧ୍ୟରେ ଓଲିଉଡରେ ପ୍ରାୟ ୨୦ ବର୍ଷ ବିତାଇ ସାରିଲେଣି। ସେ ଶିଶୁ କଳାକାର ଭାବେ ପ୍ରଥମେ ପରଦାକୁ ଆସିଥିଲେ। ହେଲେ ନାୟିକା ରୂପେ ତାଙ୍କର ପ୍ରଥମ ସିନେମା ଥିଲା ସନକ ଦେବତାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦେଶିତ ସୁପରହିଟ୍‌ ‘ମା’ ଗୋଜବାୟାଣୀ’ତାଙ୍କର ପ୍ରଥମ ନାୟକ ଥିଲେ ମନୋଜ ପଣ୍ଡା। ଏହାପରେ ତାଙ୍କର ପ୍ରେମିକ ଭାବେ ପରଦାରେ ନଜର ଆସିଛନ୍ତି ସିଦ୍ଧାନ୍ତ, ଶ୍ରୀତମ, ଅନୁଭବ, ଦୀପକ, ଅରିନ୍ଦମ୍‌ ,ଆକାଶ ଏବଂ ସୁନୀଲ୍‌ କୁମାର ପ୍ରମୁଖ ନାୟକମାନେ।

publive-image

ହେଲେ  ଏଭଳି ଏକ ସିନେମା ଆସଥିଲା ଯେଉଁଥିରେ ଅନୁଙ୍କର ପ୍ରେମିକ ଭାବେ କୌଣସି କଳାକାରଙ୍କୁ ଦେଖିବାକୁ ପାଇଲେନି ଦର୍ଶକ। ଏହି ଫିଲ୍ମରେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ଓ ଦମଦାର୍‌ ରୋଲ୍‌ ଅବଶ୍ୟ ଥିଲା । ଏହି ସିନେମାରେ ନାୟକର ପ୍ରେମିକା ଭୂମିକାରେ ଥିଲେ ଅନ୍ୟ ଜଣେ ଅଭିନେତ୍ରୀ। ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି, ତାହା ହେଲା ‘ହେ ପ୍ରଭୁ ଦେଖା ଦେ’। ଏହି ସିନେମାରେ ଅନୁଙ୍କ ବ୍ୟତୀତ ହରିହର ଦାଶ, ପ୍ରଜ୍ଞା ,ମିହିର ଦାସ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe