Advertisment

ଓଲିଉଡ ନାୟିକା ଅନୁ ଚୌଧୁରୀଙ୍କ କ୍ଷେତ୍ରରେ ଏମିତି ଘଟିଥିଲା କାହିଁକି?

Advertisment
ଓଲିଉଡ ନାୟିକା ଅନୁ ଚୌଧୁରୀଙ୍କ କ୍ଷେତ୍ରରେ ଏମିତି ଘଟିଥିଲା କାହିଁକି?

ଭୁବନେଶ୍ୱର: ୨୦୦୪ରେ ଏକ ସିନେମା ରିଲିଜ୍‌ ହୋଇଥିଲା ,ତାହା ହେଲା‘ଅଗ୍ନିପରୀକ୍ଷା’। ନାରାୟଣ ରାଉତଙ୍କ ପ୍ରଯୋଜିତ ତଥା ସୂରଜ ମିଶ୍ରଙ୍କ ନିର୍ଦ୍ଦେଶିତ ସିନେମା ‘ଅଗ୍ନିପରୀକ୍ଷା’ର ନିର୍ମାଣରେ ବିଳମ୍ବ ହେଲା। ୧୯୯୭ରେ ଏହାର କାମ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଠିକ୍‌ ସମୟରେ ସରି ନଥିଲା।
ଏହି ସିନେମାରେ ନିର୍ମାଣ ଯେତେବେଳେ ଆରମ୍ଭ ହୋଇଥିଲା,ସେତେବେଳେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନିଆଯାଇଥିଲା ରଚନା ବାନାର୍ଜୀଙ୍କୁ।
‘ପ୍ରାୟ ଛଅ ବର୍ଷ ପରେ ପୁଣି ‘ଅଗ୍ନିପରୀକ୍ଷା’ର କାମ ପୁଣି ଥରେ ଆରମ୍ଭ ହେଲା। ସେତେବେଳେ ରଚନା ବାନାର୍ଜୀ ଓଲିଉଡରେ ସକ୍ରିୟ ନ ଥିଲେ। ଏଣୁ ପୁଣିଥରେ ଆରମ୍ଭ ହେବା ବେଳକୁ ଅନ୍ୟ କଳାକାରଙ୍କୁ ନେବା ଲାଗି ଚିନ୍ତା କରାଗଲା।

publive-image
ସେତେବେଳକୁ ସିଦ୍ଧାନ୍ତ-ଅନୁ ଚୌଧୁରୀଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ ହୋଇସାରିଥାଏ। ଏଣୁ ରଚନାଙ୍କ ଜାଗାରେ ଅନୁ ଚୌଧୁରୀଙ୍କୁ ନିଆଯାଇଥିଲା। ଏଥିରେ ଅନ୍ୟମାନଙ୍କ ଭିତରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି ପ୍ରମୁଖ ନାମୀ କଳାକାର ବି କାମ କରିଥିଲେ। ଏହାର ସଙ୍ଗୀତକାର ଥିଲେ ଅକ୍ଷୟ ମହାନ୍ତି। ‘ଅଗ୍ନିପରୀକ୍ଷା’୨୦୦୪ରେ ରିଲିଜ୍‌ ହୋଇଥିଲା। କିନ୍ତୁ ଏହାକୁ ବିଶେଷ ସଫଳତା ମିଳି ନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe