ଫେରିଲେ ଅନୁଭା , ଜାଣନ୍ତୁ କାହା ସହ ବନାଇଲେ ଯୋଡ଼ି

୨୦୨୧ରେ ଅତିକମରେ ତିନିଟି ନୂଆ ସିନେମାରେ ନଜର ଆସିବେ ଅନୁଭା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ଅର୍ଦ୍ଧେନ୍ଦୁ ଓଲିଉଡକୁ ଫେରିଛନ୍ତି। ସେ ସଂପ୍ରତି ଏକ ନୂଆ ଓଡ଼ିଆ ସିନେମାରେ କାମ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ନାୟିକା ହେଲେ ଅନୁଭା। ଅନୁଭାଙ୍କୁ ଦର୍ଶକ ପ୍ରଥମେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ଅନୁଭା ସମୟ ବଡ଼ ବଳବାନ୍‌,ରିଭେଂଜ୍‌, ‘ସୁିଇଟ୍‌ ହାର୍ଟ’,ବଜରଙ୍ଗୀ ଓ ସାଥୀ ତୁ ଫେରିଆ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି।

publive-image

ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘କାଉଁରୀ କନ୍ୟା’।ତା’ପରେ ସେ ‘ଅ ଆ ହର୍ଷେଇ’,‘ଟପୋରି’ ଓ ‘ବ୍ଲାକ୍‌ମେଲ୍‌’ଭଳି ସିନେମାରେ ନାୟକ ଭୂମିକା ନିଭାଇଥିଲେ। ଅର୍ଦ୍ଧେନ୍ଦୁ ଓ ଅନୁଭା ଯେଉଁ ସିନେମାରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି, ତା’ର ଟାଇଟଲ୍‌ ରହିଛି ‘ମୁଁ ପରଦେଶୀ ଚଢ଼େଇ’। ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ବ୍ୟତୀତ ମିହିର ଦାସ,ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ ମୁରଲୀ କ୍ରିଷ୍ଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe