ଅନୁଭାଙ୍କ ଅଟକିଥିବା ସିନେମା

Advertisment

ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭାଙ୍କୁ ଦର୍ଶକ ଗତବର୍ଷ ଶେଷରେ ରିଲିଜ୍‌ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ରେ ଦେଖିବାକୁ ପାଇଥିଲେ। ଏହାଛଡ଼ା ସେ ‘ଚନ୍ଦ୍ରବଂଶୀ’ରେ ଏକ ଆଇଟମ୍ ଗୀତରେ ମଧ୍ୟ ଅଭିନୟ କରିଥିଲେ।

ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭାଙ୍କୁ ଦର୍ଶକ ଗତବର୍ଷ ଶେଷରେ ରିଲିଜ୍‌ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ରେ ଦେଖିବାକୁ ପାଇଥିଲେ। ଏହାଛଡ଼ା ସେ ‘ଚନ୍ଦ୍ରବଂଶୀ’ରେ ଏକ ଆଇଟମ୍ ଗୀତରେ ମଧ୍ୟ ଅଭିନୟ କରିଥିଲେ।

00

ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭାଙ୍କୁ ଦର୍ଶକ ଗତବର୍ଷ ଶେଷରେ ରିଲିଜ୍‌ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ରେ ଦେଖିବାକୁ ପାଇଥିଲେ। ଏହାଛଡ଼ା ସେ ‘ଚନ୍ଦ୍ରବଂଶୀ’ରେ ଏକ ଆଇଟମ୍ ଗୀତରେ ମଧ୍ୟ ଅଭିନୟ କରିଥିଲେ। ତେବେ ଅନୁଭାଙ୍କ ଅଭିନୀତ ବେଶ୍‌ କେତେଟି ସିନେମା ଦୀର୍ଘଦିନ ହେବ ରିଲିଜ୍ ଅପେକ୍ଷାରେ ରହିଛି। ଅଶ୍ବିନୀ ଗଡ଼ନାୟକଙ୍କ ନିର୍ଦ୍ଦେଶିତ ତଥା ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମାଣାଧୀନ ‘କୃଷ୍ଣ ଲୀଳା’ ଏ ମଧ୍ୟରେ ରହିଛି। ଅମ୍ଳାନ-ଅନୁଭା ଅଭିନୀତ ଏହି ଚଳଚ୍ଚିତ୍ରରେ ଅଙ୍କିତ କୁମାର, ବିଜୟ ମହାନ୍ତି, ମିହିର ଦାସ, ଅପରାଜିତା ମହାନ୍ତି ଏବଂ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ସେହିପରି ‘ଧଉଳି ଏକ୍ସପ୍ରେସ୍’ ଓ ‘ମୁଖ୍ୟମନ୍ତ୍ରୀ’ ଫେମ୍ ଚିତ୍ତରଂଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘କୁହ, ମୁଁ ତୁମରି ପାଇଁ’ ବି ଏହି କ୍ରମରେ ଆସେ। ଘଟଣାଚକ୍ରରେ ଏଥିରେ ମଧ୍ୟ ଅନୁଭାଙ୍କ ବିପକ୍ଷରେ ଅଛନ୍ତି ଅମ୍ଳାନ।

ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ରେ ଅନୁଭାଙ୍କୁ ଦର୍ଶକ ପ୍ରଥମେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ଅନୁଭା ‘ସୁଇଟ୍ ହାର୍ଟ’, ‘ସମୟ ବଡ଼ ବଳବାନ୍’, ‘ରିଭେଂଜ୍’, ‘ବଜରଙ୍ଗୀ’, ‘ସାଥୀ ତୁ ଫେରିଆ’ ଓ ‘ମୁଁ ପରଦେଶୀ ଚଢେଇ’ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି ସେ। ଏହାବ୍ୟତୀତ ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଛବି ‘କୌନ୍ କିତ୍‌ନେ ପାନି ମେଁ’ରେ ବି ଅନୁଭା ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe