ଅନୁଭବଙ୍କ ସହ କାମ କରିବାକୁ ପ୍ରଥମେ ହଁ କରିଥିଲେ, ହେଲେ ଏହି କାରଣରୁ ପରେ ମନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ!

Advertisment

ବିଶେଷ: ଶିବଶଙ୍କର ଓଝା

ବିଶେଷ: ଶିବଶଙ୍କର ଓଝା

ଅନୁଭବଙ୍କ ସହ କାମ କରିବାକୁ ପ୍ରଥମେ ହଁ କରିଥିଲେ, ହେଲେ ଏହି କାରଣରୁ ପରେ ମନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ!

ଭୁବନେଶ୍ବର: ଓଲିଉଡ଼୍‍ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ୍‌ କିଛି ମାସ ପରେ ପୁଣି ବଡ଼ ପରଦାରେ ନଜର ଆସିବେ।ସେ ଏବେ କୁଇନ୍ ଟାଇଟଲରେ ତିଆରି ହେଉଥିବା ଏକ ସିନେମାରେ କାମ କରୁଛନ୍ତି। ସେଏଥିରେ ଟାଇଟଲ ରୋଲରେ ଅଛନ୍ତି। ତେବେ ସେ ବେଳେବେଳେ ସିନେମା ଛାଡ଼ିବା କାରଣରୁ ଅତୀତରେ ଚର୍ଚ୍ଚିତା ହୋଇଥିଲେ। ଆସନ୍ତୁ ସେଥିରୁ ଗୋଟିଏ କଥା ମନେ ପକାଇବା.....

publive-image

ଓଲିଉଡ୍‍ରେ ହିରୋଇନ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜ୍‌ର ସୁପରହିଟ୍‌ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାର ପ୍ରଯୋଜନା କରିଥିଲେ ବିନୟ କୁମାର ନାୟକ ଏବଂ ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ‘ଏ ଯୁଗର କୃଷ୍ଣ ସୁଦାମା’୨୦୦୩ରେ ରିଲିଜ୍ ହୋଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ତାପରେ ବର୍ଷା ପ୍ରିୟଦର୍ଶିନୀ ସାବତ ମା’, ସୁନାଶଙ୍ଖାଳି,ଏମନ ମାନେନା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ତତେ ମୋ’ ରାଣ ,ପ୍ରେମରୋଗୀ ଏବଂ ଥ୍ୟାଙ୍କ ୟୁ ଭଗବାନ ଆଦି ଓଡ଼ିଆ ସିନେମାରେ ଅଭିନୟ କରିସାରିଥାନ୍ତି। ଏହାପରେ ସେ ବଙ୍ଗଳା ସିନେଜଗତରେ ସକ୍ରିୟ ହୋଇଥାନ୍ତି।

Image result for munna a love story image source-ollywood wikidot

ପ୍ରଯୋଜକ କେ.ଏମ୍‌. ରାଓ ‘ ମୁନ୍ନା - ଏ ଲଭ୍‌ ଷ୍ଟୋରି’ ଟାଇଟଲ୍‌ରେ ଏକ ଓଡ଼ିଆ ସିନେମାରେ ପ୍ରଯୋଜନା କରୁଥାଆନ୍ତି। ଏହାର ନିର୍ଦ୍ଦେଶନା ଦେଉଥାନ୍ତି ‘ଏ ମନ ମାନେନା ’ଫେମ୍‌ ଏନ୍‌ .ପାଢ଼ୀ । ଏହାର ସ୍କ୍ରିପ୍ଟ ଲେଖକ ଥାଆନ୍ତି ଡ଼.ରଜନୀ ରଂଜନ । ଫିଲ୍ମର ସ୍କ୍ରିପ୍ଟ କାମ ଶେଷ ହେବା ପରେ କଳାକାର ଚୟନ ଆରମ୍ଭ ହୁଏ । ଏଥିରେ ଅନୁଭବଙ୍କୁ ନାୟକ ଓ ତାଙ୍କ ବିପକ୍ଷରେ ଦୁଇ ଜଣଙ୍କୁ ନେବା ଲାଗି ସ୍ଥିର ହୁଏ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ନବାଗତା ରୋମି ଓ ଅନ୍ୟଜଣକ ହେଲେ ବର୍ଷା ପ୍ରିୟଦର୍ଶିନୀ ।

‘ମୁନ୍ନା- ଏ ଲଭ୍‌ ଷ୍ଟୋରି’ର ସୁଟିଂ ପ୍ରଥମେ ଯେଉଁ ଦିନ ଆରମ୍ଭ ହେବାର ଥାଏ, ତାହା ହୋଇପାରେ ନାହିଁ । ପୁଣି ଅନ୍ୟ ଏକ ତାରିଖ ସ୍ଥିରୀକୃତ ହୁଏ । ହେଲେ ସେତେବେଳକୁ ବର୍ଷା ପ୍ରିୟଦର୍ଶିନୀ ଏକ ବଙ୍ଗଳା ସିନେମାରେ ସୁଟିଂରେ ବ୍ୟସ୍ତ ଥାଆନ୍ତି । ଏଣୁ ସେ ସେହି ଓଡ଼ିଆ ଫିଲ୍ମରେ କାମ କରିବାକୁ ବିନମ୍ରତାର ସହ ମନା କରନ୍ତି । ସେତେବେଳକୁ ସୁଟିଂ ଆରମ୍ଭ ହେବାକୁ ବେଶୀ ଦିନ ନ ଥାଏ । ବର୍ଷାଙ୍କ ପ୍ରତ୍ୟାଖ୍ୟାନ ପରେ ସେହି ଭୂମିକାଟି କାହାକୁ ଦେବେ, ସେଥିନେଇ ଉଭୟ ପ୍ରଯୋଜକ ଓ ନିଦ୍ଦେଶକ ଚିନ୍ତାରେ ପଡ଼ନ୍ତି । ଶେଷରେ ସେ ଦୁହିଁଙ୍କ ନଜର ପଡ଼େ ନୈନା ଦାଶଙ୍କ ଉପରେ ।

publive-image

ସେତେବେଳକୁ ନୈନା ‘ମା’ ମଙ୍ଗଳା’ ଫିଲ୍ମରେ ନାୟିକା ଭୂମିକାରେ ଅଭିନୟ କରିସାରିଥାଆନ୍ତି । ହେଲେ ତା’ପରେ ସେ ‘ଶାଶୁଘର ଚାଲିଯିବି’ ଓ ‘ମୋ’ ମନ ଖାଲି ତୋ’ରି ପାଇଁ’ ଆଦି ଓଡ଼ିଆ ଛବିରେ ଚରିତ୍ର ଅଭିନେତ୍ରୀଭାବେ ଦେଖା ଦେଇସାରିଥାଆନ୍ତି । ତା’ ଛଡ଼ା କେତେଟି ଟେଲି ଧାରାବାହିକରେ ବି ଅଭିନୟ କରି ଲୋକପ୍ରିୟତା ସାଉଁଟିଥାଆନ୍ତି ନୈନା । ବାଧ୍ୟବାଧ୍ୟକତା ଭିତରେ ନୈନାଙ୍କୁ ଅନୁଭବଙ୍କର ଅନ୍ୟତମ ନାୟିକାଭାବେ ଚୁକ୍ତିବଦ୍ଧ କରନ୍ତି ପ୍ରଯୋଜକ । ଅବଶ୍ୟ ଫିଲ୍ମଟି ସୁରୁଖୁରୁ କଂପ୍ଲିଟ୍‌ ହୋଇ ପରଦାକୁ ଆସେ। କିନ୍ତୁ ‘ମୁନ୍ନା- ଏ ଲଭ୍‌ ଷ୍ଟୋରି’କୁ ଆଶାନୁରୂପ ସଫଳତା ମିଳେ ନାହିଁ କି ନୈନାଙ୍କୁ ତା’ପରେ ନାୟିକା ଭାବେ ମଧ୍ୟ ସଫଳତା ମିଳିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe