ଅଟକିଛି ଅନୁଭବଙ୍କ ସିନେମା!

ଅଟକିଛି ଅନୁଭବଙ୍କ ସିନେମା!

ଭୁବନେଶ୍ୱର: ବ୍ଲକବଷ୍ଟର ସିନେମା‘ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ଅନୁଭବ । ଅନୁଭବଙ୍କ କେତୋଟି ଫିଲ୍ମ ରିଲିଜ୍‌ ହୋଇ ପାରି ନାହିଁ, ଅଥବା ସେହି ଫିଲ୍ମକୁ  ଅଧାରେ ଅଟକି ରହିଛି। ଆସନ୍ତୁ ଜାଣିବା କାହିଁକି ସେଭଳି ଘଟିଥିଲା...

ଓଲିଉଡର ଅଲ୍‌ରାଉଣ୍ଡର୍‌ ସଞ୍ଜୟ ନାୟକ ଅନୁଭବଙ୍କୁ ନେଇ ‘ଧନରେ ରଖିବୁ ଶପଥ ମୋର’ ଟାଇଟଲରେ ଏକ ଫିଲ୍ମ ତିଆରି କରିବା ପରେ ସେ ଏକ ଫିଲ୍ମ ନିର୍ମାଣ କରୁଥିଲେ। ଏହାର ଟାଇଟଲ୍‌ ହେଲା ‘ମନ ମୋ’ ନେଇ ଯା’ରେ’। ଏଥିରେ ଅନୁଭବଙ୍କ ବିପକ୍ଷରେ ଅର୍ଚ୍ଚିତା ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହାର ସୁଟିଂ ବି ଆରମ୍ଭ ହୋଇଥିଲା। ହେଲେ ସପ୍ତାହକ ପରେ ଆର୍ଥିକ ସମସ୍ୟା ହେତୁ ଫିଲ୍ମର କାମ ଆଗେଇ ନଥିଲା। ଫଳତଃ ‘ମନ ମୋ’ ନେଇ ଯା’ରେ’ ଅଧାରେ ଅଟକି ରହିଲା। ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ନଅ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏହି ସିନେମା ଆଜି ଯାଏଁ ରିଲିଜ୍‌ ହୋଇ ପାରି ନାହିଁ।

publive-image

ଅନୁଭବଙ୍କୁ ନେଇ ଜଣେ ଅଣ ଓଡ଼ିଆ ମୁମ୍ବେୟା ନିର୍ଦ୍ଦେଶକ ଅଜୟ  ଏକ ଓଡ଼ିଆ ସିନେମା ତିଆରି କରୁଥିଲେ। ଏହାର ଟାଇଟଲ୍‌ ଫାଇନାଲ୍‌ ହୋଇ ନ ଥିଲା। ଏଥିରେ ମେଗାଷ୍ଟାର୍‌ ସିଦ୍ଧାନ୍ତ ବି ଥିଲେ ଅନ୍ୟତମ ଲିଡ୍‌ ରୋଲରେ। ଏଥିରେ ଜଣେ ନବାଗତା ଉପାସନାଙ୍କୁ ମିଳିଥିଲା ନାୟିକା ଭୂମିକା। ଫିଲ୍ମର ସୁଟିଂ କଟକରେ ଆରମ୍ଭ ହୋଇଥିଲା। ଏହାର ସୁଟିଂ ପାଇଁ ହେଲିକେପ୍ଟର ବି ଅଣାଯାଇଥିଲା। କଟକର ବାଲିଯାତ୍ରା ପଡ଼ିଆରେ ଫିଲ୍ମର କେତେକ ଗୁରୁତ୍ୱପୂର୍ଣ୍ଣ ଆକ୍ସନ ସିନ୍‌ର ସୁଟିଂ ହୋଇଥିଲା। ଏଥିିରେ ସିଦ୍ଧାନ୍ତ ଓ ଅନୁଭବ ଅଂଶ ଗ୍ରହଣ କରିଥିଲେ। ହେଲେ ଏହି ସିଡ୍ୟୁଲ ପରେ ଫିଲ୍ମର କାମ ଆଉ ଆଗେଇ ପାରିଲା ନାହିଁ।  ଫଳତଃ ଏହି ସିନେମା ଅଧାରେ ଅଟକି ରହିଲା। ଏହା ଅନୁଭବ ମହାନ୍ତିଙ୍କ ଅନ୍‌ ରିଲିଜ୍‌ ଫିଲ୍ମ ତାଲିକାରେ ସାମିଲ୍‌ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe