ଟଲିଉଡର ଏହି ସୁପରଷ୍ଟାରଙ୍କୁ ପରାଜିତ କରିଥିଲେ ଅନୁଭବ, ଏହାପରେ ଆଉ ଓଡ଼ିଆ ସିନେମାରେ ମୁହଁ ଦେଖାଇ ନଥିଲେ ସୁପରଷ୍ଟାର

ଟଲିଉଡର ଏହି ସୁପରଷ୍ଟାରଙ୍କୁ ପରାଜିତ କରିଥିଲେ ଅନୁଭବ, ଏହାପରେ ଆଉ ଓଡ଼ିଆ ସିନେମାରେ ମୁହଁ ଦେଖାଇ ନଥିଲେ ସୁପରଷ୍ଟାର

ଭୁବନେଶ୍ୱର: ଟଲିଉଡରେ ଅଳ୍ପ କେତୋଟି ବଙ୍ଗଳା ସିନେମାରେର କାମ କରିବାପରେ ସୁପରଷ୍ଟାର୍‌ ବନିଯାଇଥିଲେ ଅଭିନେତା ଜିତ୍‌ । ତାଙ୍କ ପଛରେ ବଙ୍ଗଳା ପ୍ରଯୋଜକଙ୍କର ଲମ୍ବା ଲାଇନ୍‌ ଲାଗିଥିବା ବେଳେ ସେ ଆକସ୍ମିକଭାବେ ଏକ ଓଡ଼ିଆ ସିନେମା ସାଇନ୍‌ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଜିତଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀ ତାଙ୍କ ନିର୍ଦେଶିତ ଶେଷ ଓଡ଼ିଆ ଛବି ‘ସୁନା ଶଂଖାଳି’ରେ ବ୍ରେକ୍‌ ଦେଇଥିଲେ । ଏହାର ପ୍ରଯୋଜନା କରିଥିଲେ ପ୍ରଦୀପ ଭୋଳ । ଏଥିରେ ଦୁଇଜଣ ନାୟିକାଙ୍କ ସହ ରୋମାନସ୍‌ କରିବାର ସୁଯୋଗ ମିଳିଥିଲା ଜିତଙ୍କୁ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଆଜିକାର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଏବଂ ଅନ୍ୟଜଣକ ହେଲେ ବେଙ୍ଗଲୀ ବିଉଟି ସ୍ୱସ୍ତିକା ।

publive-image

‘ସୁନା ଶଂଖାଳି’ରେ ଜିତଙ୍କ ଭଳି ସୁପରଷ୍ଟାର୍‌ ଥାଇ ମଧ୍ୟ ଏହା ଫ୍ଲପ୍‌ ହୋଇଥିଲା । ଆଉ ତାଙ୍କୁ ଓଲିଉଡରେ ଚିତ୍‌ କରିଥିଲେ ଜଣେ ନବାଗତ। ଏହିନବାଗ୍‌ଜଣକ ହେଲେ ଅନୁଭବ। ୨୦୦୪ରେ ତାଙ୍କର ପ୍ରଥମ ସିନେମା ‘ଆଇ ଲଭ୍‌ ୟୁ’ ବ୍ଲକବଷ୍ଟର୍‌ ହିଟ୍‌ ହେବା ପରେ ଦର୍ଶକଙ୍କ ପ୍ରଥମ ପସନ୍ଦ ହେବା ହେତୁ ଏଭଳି ଘଟିଥିଲା ।‘ଆଇ ଲଭ୍‌ ୟୁ’ ଏବଂ ସୁନା ଶଂଖାଳି ଏକା ମାସରେ ରିଲିଜ୍ ହୋଇଥିଲା। ଏହାପରେ ଆଉ ଓଡ଼ିଆ ସିନେମାରେ ମୁହଁ ଦେଖାଇ ନଥିଲେ ସୁପରଷ୍ଟାର ଜିତ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe