ଏଇ ୯ ତାରିଖରୁ ଆରମ୍ଭ ହେଉଛି ଅନୁଭବଙ୍କ ନୂଆ ସିନେମାର ସୁଟିଂ

Advertisment
ଏଇ ୯ ତାରିଖରୁ ଆରମ୍ଭ ହେଉଛି ଅନୁଭବଙ୍କ ନୂଆ ସିନେମାର ସୁଟିଂ

ଭୁବନେଶ୍ୱର: ୨୦୧୮ର ରଜ ବଜାରକୁ ଆସିବ ବୋଲି ଚର୍ଚ୍ଚା ହେଉଥିଲା ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ । ହେଲେ ତାହା ଅଟକି ରହିଥିଲା। ଏହାର ଟାଇଟଲ ରୋଲରେ ଥିଲେ ଓଲିଉଡ଼୍‍ର ଅନ୍ୟତମ ଟପ୍‌ ହିରୋ ଅନୁଭବ ମହାନ୍ତି। ହଁ ତାଙ୍କ ଅଭିନୀତ ନୂଆ ସିନେମା ‘ପ୍ରେମ କୁମାର୍‌’ ଏଇ ୯ ତାରିଖରୁ ପୁଣି ଆରମ୍ଭ ହେଉଥିବାର ସୂଚନା ମିଳିଛି। ଅର୍ଥାତ୍‌ ସେହିଦିନରୁ ଏହାର ସୁଟିଂ  ପୁଣି ଥରେ ଆରମ୍ଭ ହେଉଛି।
ତରଙ୍ଗ ସିନେ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ ବି ଅନୁଭବଙ୍କ ଅଭିନୀତ କେତୋଟି ପୂର୍ବ ସିନେମା ଭଳି ଏକ ସାଉଥ୍‌ ମୁଭିର ରିମେକ୍‌ ବୋଲି ଓଲିଉଡ଼୍‍ରେ ଚର୍ଚ୍ଚା ଚାଲିଛି।
ଏବେ ଆପଣମାନେ ଜାଣିବାକୁ ଚାହିଁବେ ଏହା କେଉଁ ସିନେମାରେ ରିମେକ୍‌ ।ହଁ ଏହା ହେଉଛି ୨୦୧୬ରେ ରିଲିଜ୍‌ ହୋଇଥିବା ବ୍ଲକବଷ୍ଟର ତେଲୁଗୁ ମୁଭି‘ଜେଣ୍ଟଲମ୍ୟାନ୍‌’ର ରିମେକ୍‌।ଏହି ତେଲୁଗୁ ସିନେମାର ନିର୍ଦ୍ଦେଶନା ଦେଇଥିଲେ ମୋହନ କ୍ରିଷ୍ଣା ଇନ୍ଦ୍ରଗାଣ୍ଟି।

publive-image
ଏହା ଏକ ରୋମାଣ୍ଟିକ୍‌ ଥ୍ରିଲର୍‌। ଏଥିରେ ନାନି,ସୁରଭି ଓ ନିବେଦା ଥୋମାସ୍‌ ଲିଡ଼ ରୋଲ୍‌ରେ ଥିଲେ। ଅନ୍ୟପକ୍ଷରେ ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହିତ ଦୁଇ ଜଣ ନାୟିକା ଅଛନ୍ତି। ସେମାନେ ହେଲେ ଶିବାନୀ ଓ ତମନ୍ନା।‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହ ଶିବାନୀ ଓ ତମନ୍ନା ପ୍ରଥମଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏଥିରେ ମନୋଜ ମିଶ୍ର ଓ ସୁରେଶ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।‘ପ୍ରେମ କୁମାର୍‌’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ । ‘ପ୍ରେମ କୁମାର୍‌’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe